Latest Odisha News

BREAKING NEWS

ଭୁବନେଶ୍ୱରରେ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ଅଭାବ ନାହିଁ ଶଯ୍ୟା: ବିଏମସି କମିଶନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ଅନ୍ୟପଟେ କୋଭିଡ୍ ଆକ୍ରାନ୍ତଙ୍କ ଲାଗି ଶଯ୍ୟାର ଅଭାବ ନଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଶନିବାର ପ୍ରେସମିଟରେ ବିଏମସି କମିଶନର କହିଛନ୍ତି, ଭୁବନେଶ୍ୱରରେ ସକ୍ରିୟ ସଂକ୍ରମଣ ମାମଲା ୭୫୮୮ ରହିଛି । ଦୈନିକ ପ୍ରାୟ ୧ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ବେଡ୍ ସହ ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱରରେ ଏବେ ୩ ହଜାର ୫୫୩ କୋଭିଡ୍ ଶଯ୍ୟା ରହିଛି । ସେଥିରୁ ୫୩୧ଟି ଆଇସିୟୁ, ୮୩୬ଟି ଏଚଡିୟୁ ଥିବାବେଳେ ୨ ହଜାର ୧୮୬ଟି ସାଧାରଣ ଶଯ୍ୟା ରହିଛି । ଏବେ ୯୫ ପ୍ରତିଶତ ଆଇସିୟୁରେ ଆକ୍ରାନ୍ତ ଥିବାବେଳେ ୫୦ ପ୍ରତିଶତ ଏଚଡିୟୁ କାର୍ଯ୍ୟକ୍ଷମ ରହିଛି । ୯୫ ପ୍ରତିଶତ ସାଧାରଣ ବେଡରେ ଅକ୍ସିଜେନ୍ ସୁବିଧା ଅଛି । ରାଜଧାନୀରେ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବିଏମସି କମିଶନର ସୂଚନା ଦେଇଛନ୍ତି ।

୬୭ଟି ୱାର୍ଡରେ ରାପିଡ୍ ରେସପନ୍ସ ଟିମ୍ ସକ୍ରିୟ ରହିଛି । ସେମାନେ ଘରୋଇ ସଂଗରୋଧରେ ଥିବା ଆକ୍ରାନ୍ତଙ୍କୁ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇ ହୋମ୍ ଆଇସୋଲେସନ କିଟ୍ ଯୋଗାଇ ଦେଉଛନ୍ତି । କିଟରେ ମେଡିସିନ୍, ମାସ୍କ, ହ୍ୟାଣ୍ଡ ସାନିଟାଇଜର ଆଦି ରହିଛି । ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ଫାଭିପିରାଭିର ଟାବଲେଟ୍ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଆଯାଉଛି ।

Leave A Reply

Your email address will not be published.