Latest Odisha News

BREAKING NEWS

ସହଜ ଓ ସରଳ ହେଲା ରାଜ୍ୟରେ ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ଏ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନୋ-ଅବ୍‌ଜେକ୍‌ସନ ପ୍ରମାଣପାତ୍ର ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛନ୍ତ । ଏଥିପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ବଜ୍ଞପ୍ତି ପ୍ରକାଶ କରାଯାଇଛି ।

ବିଭଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି ଯେ, ପ୍ରଚଳିତ ବ୍ୟବସ୍ଥା ସମ୍ବନ୍ଧରେ ବିଭିନ୍ନ ସ୍ତରରୁ ମିଳଥିବା ମତାମତକୁ ଏକ ଉଚ୍ଚସ୍ତରୀୟ କମିଟି ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିଥିଲେ । କମିଟିଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷଠାରୁ ନୂଆ ନର୍ସିଂ, ଡି. ଫାର୍ମା, ବି. ଫାର୍ମା, ଏମ୍‌. ଫାର୍ମା, ଡି.ଏମ.ଏଲ୍‌.ଟି, ଡି.ଏମ୍‌.ଆର୍‌.ଟି., ଫିଜିଓଥେରାପି, ଅକୁପେସନାଲ୍ ଥେରାପି ଓ ଆନୁସାଙ୍ଗିକ ବିଷୟରେ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଦରଖାସ୍ତକାରୀଙ୍କୁ ଜି.ଆଇ.ଏସ୍‌. ଏବଂ ଗ୍ୟାପ୍ ଆନାଲିସିସ୍ ତଥ୍ୟ ଦେବାକୁ ପଡ଼ିବ ନାହିଁ ।

ଶାଳିନୀ ପଣ୍ଡିତ ଆହୁରି ମଧ୍ୟ କହିଥିଲେ, ଏ ପ୍ରକାର ଅନୁଷ୍ଠାନ ଗୁଡ଼ିକର ଭିତ୍ତଭିୂମି ଓ ଦକ୍ଷତା ଆକଳନ ସମ୍ପୃକ୍ତ ବିଷୟରେ ବିଶେଷଙ୍କ କମିଟି ଦ୍ୱାରା କରାଯିବ । ଆକଳନରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବି.ଡି.ଓ., ତହସିଲ୍‌ଦାର ଆଦିଙ୍କର ସଂପୃକ୍ତି ଦରକାର ହେବ ନାହିଁ । ଏହି ନୂଆ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଅଧିକ ଗୁଣାତ୍ମକମାନର ସ୍ୱାସ୍ଥ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଦେବାସହ ସ୍ୱାସ୍ଥ୍ୟ ସେବା ନିମନ୍ତେ ତାଲିମପ୍ରାପ୍ତ ଓ କୁଶଳୀ ମାନବସମ୍ଭଳ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.