Latest Odisha News

BREAKING NEWS

‘ଡାଲମା’ ପ୍ରେମରେ ଜାପାନୀ ରାଷ୍ଟ୍ରଦୂତ, ଓଡ଼ିଶାର ସଂସ୍କୃତି ଓ ରନ୍ଧଣାକୁ କଲେ ଭୁରି ଭୁରି ପ୍ରଂଶସା

ଭୁବନେଶ୍ୱର/ସମ୍ବଲପୁର: ‘ଡାଲମା’ ପ୍ରେମରେ ଜାପାନୀ ରାଷ୍ଟ୍ରଦୂତ। ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଓନୋ କେଇଚି ତାଙ୍କ ସମ୍ପ୍ରତି ଓଡ଼ିଶା ଗସ୍ତ ସମୟରେ ପାରମ୍ପରିକ ଖାଦ୍ୟର ସ୍ୱାଦ ନେବା ପରେ ଓଡ଼ିଆ ଖାଦ୍ୟ ସଂସ୍କୃତି ଓ ରନ୍ଧଣାକୁ ଭୁରି ଭୁରି ପ୍ରଂଶସା କରିଛନ୍ତି। ବିଶେଷ କରି ସେ ଡାଲମାକୁ ଖାଇ ଅଧିକ ପ୍ରଶଂସା କରିଛନ୍ତି।

ଯାହାର ଫଟୋ ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଜାପାନର ରାଷ୍ଟ୍ରଦୂତ ମୁଖ୍ୟତଃ ସମ୍ବଲପୁରରେ ଏକ ପ୍ରମୁଖ ଭାରତ-ଜାପାନୀ ଶିଳ୍ପ ସହଯୋଗର ଉଚ୍ଚ-ପ୍ରୋଫାଇଲ୍ ଉନ୍ମୋଚନ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ଗସ୍ତ କରିଥିଲେ। ସରକାରୀ କାର୍ଯ୍ୟକ୍ରମ ମଧ୍ୟରେ, ସେ ଭାତ ଏବଂ ଡାଲମା ସହିତ ଏକ କ୍ଲାସିକ୍ ଓଡ଼ିଆ ଥାଳିର ମଜା ନେଇଥିଲେ। ଏହାର ଏକ ଫଟୋ ସେୟାର କରି ଏକ୍ସରେ ଓନୋ ଲେଖିଛନ୍ତି ଯେ ଓଡ଼ିଶାରେ ଡାଲମା ଖାଇବାର ମଜା ନେଲି। ଯାହାକି ବହୁତ ସ୍ବାଦିଷ୍ଟ ଏବଂ ଏହି ଖାଦ୍ୟ ଓଡ଼ିଶାର ସଂସ୍କୃତିର ଏକ ଚମତ୍କାର ପ୍ରତିଫଳନ। ଓଡିଶାର ଏହି ପୃଷ୍ଟିକର ଖାଦ୍ୟ ଯାହା ଏହି ଅଞ୍ଚଳର ରୋଷେଇ ପରମ୍ପରାକୁ ପ୍ରତିପାଦିତ କରେ।

ସୂଚନା ଥାଉକି ପୂର୍ବରୁ ମଧ୍ୟ ସେ ଓଡ଼ିଆ ଖାଦ୍ୟର ମଜା ନେଇଛନ୍ତି । ଗତବର୍ଷ ଜୁନ ମାସରେ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ପ୍ରସିଦ୍ଧ ଛେନାପୋଡର ମଜା ନେଇଥିଲେ । ଆଉ ଏହାର ଫଟୋ ମଧ୍ୟ ପୋଷ୍ଟ କରିଥିଲେ । କେବଳ ଓଡ଼ିଶା ନୁହଁ ଭାରତର ବିଭିନ୍ନ ରାଜ୍ୟ ଗସ୍ତ ବେଳେ ସ୍ଥାନୀୟ ଖାଦ୍ୟ ଖାଇଥାନ୍ତି ଓନୋ କେଇଛି । ଆଉ ଏହାକୁ ଏହାକୁ ନିଜର ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତି।

Comments are closed.