Latest Odisha News

BREAKING NEWS

ଜାସନ ରାୟଙ୍କ ପାଇଁ ଦେଶଠାରୁ ବଡ ହେଲା ଅର୍ଥ

ଲଣ୍ଡନ:ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାସନ ରାୟଙ୍କ ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରି ଦେଇଛି । ୩୨ ବର୍ଷୀୟ ଜାସନ ରାଷ୍ଟ୍ରୀୟ ଟିମ କଂଟ୍ରାକ୍ଟ ଛାଡି ଫ୍ରାଂଚାଇଜ କ୍ରିକେଟ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଦିନିକିଆ କ୍ରିକେଟରେ ଜାସନ ଇଂଲଣ୍ଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ପରିଚିତ । ସମାଲୋଚକଙ୍କ ମତରେ ତାଙ୍କ ପାଇଁ ଦେଶଠାରୁ ଅର୍ଥ ବଡ ହୋଇଯାଇଛି । ଜାସନ ଆଇପିଏଲ, ପିଏସଏଲ, ବିପିଏଲ ପରି ଟି୨୦ କ୍ରିକେଟ ଲିଗ ମାଧ୍ୟମରେ ବେଶ ଅର୍ଥ ରୋଜଗାର କରୁଛନ୍ତି । ଏବେ ଆମେରିକାରେ ମେଜର ଲିଗ କ୍ରିକେଟ ଆରମ୍ଭ ହେବାକୁ ଯାଉଛି । ଏହି ଲିଗରେ ଖେଳିବା ପାଇଁ ଜାସନ କଂଟ୍ରାକ୍ଟ ଛାଡି ଦେଇଥିବା ଅନୁମାନ କରାଯାଉଛି । ଲସ ଆଞ୍ଜେଲ୍ସ ନାଇଟ ରାଇଡର୍ସ ପକ୍ଷରୁ ଖେଳିବା ପାଇଁ ଜାସନଙ୍କ ସହ ୩୦.୬୮ କୋଟି ଟଙ୍କାର ଚୁକ୍ତି କରିଛନ୍ତି ।

ରିପୋର୍ଟ ମୁତାବକ ହ୍ୟାରୀ ବ୍ରୁକ, ଡେଭିଡ ମାଲନ, ମାଥ୍ୟୁ ପ୍ୟାଟ୍ସ, ଜାସନ ରାୟ, ରିସ ଟପଲେ ଓ ଡେଭିଡ ୱିଲିଙ୍କୁ ଲୋଭନୀୟ ଅଫର ମିଳୁଥିବାରୁ ସେମାନେ ମଧ୍ୟ କଂଟ୍ରାକ୍ଟ ଛାଡିବା ପାଇଁ ଯୋଜନା କରିଛନ୍ତି । ଏମଏଲସି, କାଂଉଟି କ୍ରିକେଟ, ଟି୨୦ଲିଗ ହଂଡ୍ରେଡ ଏଥିନେଇ ଇସିବି ସହ ମୁହାଁମୁହିଁ ହେବାକୁ ପଛାଉ ନାହାନ୍ତି । ଖାଲି ଇଂଲଣ୍ଡ ନୁହେଁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ଦେଶ ପକ୍ଷରୁ ଖେଳିବା ଅପେକ୍ଷା ଫ୍ରାଂଚାଇଜ ପ୍ରତି ଆକୃଷ୍ଟ ହେଉଛନ୍ତି । ସମୀକ୍ଷକଙ୍କ ମତରେ ଏହା ପରୋକ୍ଷରେ କ୍ରିକେଟର ଅନ୍ତ ଘଟାଇବ ।

Leave A Reply

Your email address will not be published.