Latest Odisha News

BREAKING NEWS

ବୁମରାହ ଖେଳି ନ ପାରନ୍ତି ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଖେଳିବା ନେଇ ସନ୍ଦେହ ଉପୁଜିଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ବୁମରାହ ଫେବୃୟାରୀ ୩ରେ ବେଙ୍ଗଲୁର ଯାଇଥିଲେ । ସେଠାରେ ତାଙ୍କ ଆଘାତପ୍ରାପ୍ତ ପିଠିର ସ୍କାନ କରାଯାଇଥିଲା । ଜନୈକ ଅଧିକାରୀ ନାମ ପ୍ରକାଶ ନ କରି କହିଛନ୍ତି ଯେ, ବୁମରାହଙ୍କ ପିଠି ସମ୍ପୂର୍ଣ୍ଣ ଭାବେ ଭଲ ହୋଇ ନାହିଁ । ଏବେ ତାଙ୍କୁ ଅତି କମରେ ୫ ସପ୍ତାହର ବିଶ୍ରାମ ଆବଶ୍ୟକ । ଏଥିପାଇଁ ବୁମରାହ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଦିିନିକିଆ ମ୍ୟାଚରେ ଉପଲବ୍ଧ ହେବେନି । ଏହା ପରେ ପୂନର୍ବାର ତାଙ୍କର ସ୍କାନ କରାଯିବ ।

ଯଦି ସେ ସମ୍ପୂର୍ଣ୍ଣ ଭାବେ ଫିଟ ରହିବେ ତାହାହେଲେ ଚାମ୍ପିୟନ୍ସ ଟ୍ରଫି ଖେଳିବେ କି ନାହିଁ ତାହା ସ୍ପଷ୍ଟ ହେବ । ଚୟନ କମିଟି ମୂଖ୍ୟ ଅଜିତ ଅଗରକର କହିଛନ୍ତି ରିପୋର୍ଟ ଅନୁଧ୍ୟାନ କରିବା ପରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟେଷ୍ଟ ଅବସରରେ ବୁମରାହ ପିଠିରେ ଯନ୍ତ୍ରଣା ଅନୂଭବ କରିଥିଲେ । ସେ ଏହା ପରେ ଦ୍ୱିତୀୟ ଇନିଂସରେ ବୋଲିଂ ମଧ୍ୟ କରି ନ ଥିଲେ । ଆଘାତ ସମସ୍ୟା ଯୋଗୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଦଳରେ ସାମିଲ କରାଯାଇ ନ ଥିଲା ।

Comments are closed.