ବଲାଙ୍ଗୀର: କଣ୍ଟାବାଞ୍ଜି ଷ୍ଟେସନରେ ଏକ ମାଲଗାଡ଼ି ଓ୍ବାଗନରୁ ୧୨ଟି ଅଫୁଟା ବୋମା ଜବତ ଘଟଣା । ନିଲମ୍ବିତ ହେଲେ ଦୁଇ କର୍ମଚାରୀ । କାର୍ଯ୍ୟରେ ଅବହେଳା କାରଣରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନରେ ଯାଞ୍ଚ ବେଳେ ଗୋଟିଏ ମାଲଗାଡ଼ିର ୱାଗନରୁ ୧୨ଟି ଅଫୁଟା ବୋମା ଜବତ ହୋଇଥିଲା । ଏହି ବୋମା ୧୫୫ ଏମଏମ୍ ବିଶିଷ୍ଟ ହୋଇଥିବାବେଳେ ଏହା ତୋପ (ଟ୍ୟାଙ୍କ)ରେ ଭାରତୀୟ ସେନା ଦ୍ବାରା ବ୍ୟବହାର କରାଯାଏ ବୋଲି ଜଣାପଡ଼ିଛି ।
ଫୁଲଗାଓରୁ କିଛି ବୋମା ବଡ଼ମାଲ ଗୋଲାବାରୁଦ କାରଖାନାକୁ ଆସିଥିଲା । ଗୋଟିଏ ୟୁନିଟ୍ ବୋମା ରେଳ ୱାଗନରେ ରହି ଯାଇଥିଲା । ବୋମାଗୁଡ଼ିକ ସଇନ୍ତଳା ବଡ଼ମାଳ ଗୋଳାବାରୁଦ କାରଖାନାର । ବଡ଼ମାଳର ଅଧିକାରୀଙ୍କ ସହ ଆଲୋଚନା କରି ଉକ୍ତ ବୋମାକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି । ବୋମା ଜବତ ପରେ ଏକ ବଡ଼ ଅଘଟଣାରୁ ମଧ୍ୟ ରକ୍ଷା ମିଳିଥିବା କୁହାଯାଉଛି ।
Comments are closed.