Latest Odisha News

‘ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ’

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେପି ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବୃହତ ବିଜୟ ହାସଲ କରିବ ବିଜେପି । ଜୁନ୍ ୪ରେ ଓଡିଶା ରାଜନୀତିରେ ନୂତନ ସୂର୍ଯ୍ୟୋଦୟ ହେବ ବୋଲି ଆଜି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି ।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ସହ ୩୫ଟି ବିଧାନସଭା ପାଇଁ ଭୋଟ୍ ପଡିଛି । ଭାରତୀୟ ଗଣତନ୍ତ୍ରର ଏହି ମହାନ ପର୍ବରେ ସାଧାରଣ ଜନତା ବଢିଚଢ଼ିକି ଭାଗ ନେଇଥିବାରୁ ସେମାନଙ୍କୁ ସାଧୁବାଦ ଓ କୃତଜ୍ଞତା ଜଣାଉଛି । ସମସ୍ତ ସହଭାଗିତାରେ ଭାରତର ଗଣତନ୍ତ୍ର ମଜଭୁତ୍ ଓ ସୁଦୃଢ଼ ହୋଇଛି । ଏଥର ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରତି ଓଡିଶାବାସୀଙ୍କ ବିଶ୍ୱାସ ଓ ସମର୍ଥନ ଯଥେଷ୍ଟ ବୃଦ୍ଧି ପାଇଛି । ଆଜି ସୁଦ୍ଧା ଶେଷ ହୋଇଥିବା ୨ଟି ପର୍ଯ୍ୟାୟ ନିର୍ବାଚନରେ ବିଜେପିର ଭୋଟ୍ ହାର ଏବଂ ଆସନ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଦୃଢତାର ସହ ଶ୍ରୀ ମହାନ୍ତି କହିଛନ୍ତି ।

ଓଡିଶାବାସୀ ନିଷ୍ପତ୍ତି କରିଛନ୍ତି ବିଜେପିକୁ ଓଡିଶାରେ ଶାସନଭାର ଦେବେ ଓ କେନ୍ଦ୍ରରେ ମୋଦିଜୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ । ଡବଲ ଇଞ୍ଜିନ ସରକାର ଗତିକୁ କେହି ରୋକି ପାରିବେ ନାହିଁ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେପି ପ୍ରତି ଓଡିଶାବାସୀଙ୍କ ଅକୁଣ୍ଠ ସମର୍ଥନ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ଆଜିର ଭୋଟ୍ ବିଜେପି ସପକ୍ଷରେ ପରିବର୍ତ୍ତନର ଲହରକୁ ଦର୍ଶାଉଛି, ଯାହା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସହ ଯୋଡି ହୋଇ ରହିଛି । ପ୍ରଥମ ଥର ପାଇଁ ଓଡିଶାରେ ବିଜେପିର ଏକାକୀ ସରକାର ଗଠନ ହେବ ବୋଲି ଯତୀନ ମହାନ୍ତି କହିଛନ୍ତି ।

Comments are closed.