Latest Odisha News

BREAKING NEWS

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହୋତ୍ସବ; ହୁଲସ୍ତୁଲ କରିବ ଲାସ୍ୟମୟୀ ବେବିନାଙ୍କ ଅଭିନୟ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଥିବା ଖଣ୍ଡଗିରି ମେଳାର ଯାତ୍ରା ମହୋତ୍ସବରେ ଏବର୍ଷ ହଇଚଇ ସୃଷ୍ଟି କରିବ ଅପେରା ସୂର୍ଯ୍ୟମନ୍ଦିରର ନୂଆ ନାଟକ ‘ମାୟାବିନୀ ମୌସୁମୀ’ । ଏହି ନୂଆ ନାଟକରେ ଆକ୍ଟ୍ରେସ୍ ବେବିନାଙ୍କର ରହିଛି ନିଖୁଣ ଅଭିନୟ । ଲାସ୍ୟମୟୀ ଲାଜକୁରୀ ବେବିନା ଏହି ନାଟକରେ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ।

ଟାଇଟଲ୍ ଭୂମିକାରେ ଥିବା ଅଭିନେତ୍ରୀ ବେବିନାଙ୍କ ଅଭିନୟ ସାଙ୍ଗକୁ ଚାନ୍ଦବାଲିର ଯାତ୍ରା ସୁପରଷ୍ଟାର୍ ବିନୋଦ ନାଥଙ୍କ ସୁନ୍ଦର ଆକ୍ଟିଂ ଦେଖିବାକୁ ଦର୍ଶକ ଏବେଠୁ ଚର୍ଚ୍ଚା ଆରମ୍ଭ କରିଦେଲେଣି ।

ସୁନ୍ଦରୀ ଯାତ୍ରା ଅଭିନେତ୍ରୀ ବେବିନା ଏହି ‘ମାୟାବିନୀ ମୌସୁମୀ’ ନାଟକରେ ଶ୍ରାବଣୀ ଚରିତ୍ରରେ ଆସୁଛନ୍ତି । ଏହି ନାଟକର ସଫଳତା ନେଇ ଏହି ସୁପର୍ ହିଟ୍ ଯୋଡ଼ି ବିନୋଦ-ବେବିନା ବେଶ୍ ଉତ୍ସାହିହତ ହୋଇ ପଡ଼ିଛନ୍ତି ।

ଏହି ନାଟକର ରଚନା କରିଛନ୍ତି ଅଧ୍ୟାପକ ଚିନ୍ମୟ ଦାସ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ କିଶୋର ଖଣ୍ଡୁଆଳ ।

ବୁଧବାର ଦିନ ଯାତ୍ରା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ କଳିଙ୍ଗ ଗଣନାଟ୍ୟ ଓ କୋଣାର୍କ ଗଣନାଟ୍ୟ ଦୁଇଟି ମଞ୍ଚରେ ନାଟକ ପରିବେଷଣ କରିଛନ୍ତି ।

ଖଣ୍ଡଗିରି ଯାତ୍ରା ମହୋତ୍ସବରେ ଦର୍ଶକମାନେ ୧୦୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ଏବଂ ୨୦୦ ଟଙ୍କା ଦେଇ ଟିକଟ କିଣିଛନ୍ତି ।

ଖଣ୍ଡଗିରିରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ମହୋତ୍ସବ ଫେବୃଆରୀ ୫ରୁ ଆରମ୍ଭ ହୋଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଯାତ୍ରା ମହୋତ୍ସବରେ ଓଡ଼ିଶାର ବଛା ବଛା ୧୨ଟି ଯାତ୍ରା ପାର୍ଟି ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.