Latest Odisha News

BREAKING NEWS

ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ୍‌; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭଞ୍ଜନଗର: ସହରରେ ଘନ କୁହୁଡି ଜାରି ରହିବା ଯୋଗୁଁ ଏନେଇ ଅନେକ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଦାରିଙ୍ଗବାଡିରେ ଗୁରୁବାର ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ଏକ ଘରୋଇ କଲେଜ ଛାତ୍ରଛାତ୍ରୀମାନେ ଦାରିଙ୍ଗବାଡିରୁ ପିକନିକ୍ ସାରି ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବେଳେ ଦୁର୍ଭାଗ୍ୟବଶତଃ ଗାଡିଟି ଦୁର୍ଘଟଣା ଗସ୍ତ ହୋଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଉକ୍ତ ବସର ଚକା ଫାଟିଯିବାରୁ ତାହା ଘାଟି ତଳକୁ ଖସିବାକୁ ବସିଥିବା ବେଳେ ସୌଭାଗ୍ୟବଶତଃ ଗାଡିଟି ଘାଟିରେ ଏକପ୍ରକାର ଝୁଲି ରହିଥିଲା ।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।

Leave A Reply

Your email address will not be published.