Latest Odisha News

BREAKING NEWS

ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ: ୧୨ଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କଲା ମେଡିକାଲ ଟିମ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇଗଲେ ଅଭିଭାବକ। ଘଟଣା ପରେ ନବୋଦୟ ବିଦ୍ୟାଳୟରେ ପହଞ୍ଚିଲା ମେଡିକାଲ ଟିମ୍। ସ୍କୁଲରେ ୱାଟକୋ ଟିମ୍ ପହଞ୍ଚି ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। କିଛି ଜଳର ନମୁନା ସେଠାରେ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଯାଇଛି ।

ତେବେ ୨୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନେ ନେଇଯାଇଛନ୍ତି। ଏବେ ବି ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ସଂକ୍ରାମକ ଜଣ୍ଡିସ ରୋଗରେ ଆକ୍ରାନ୍ତ ଅଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି। ସୋମବାର ମେଡିକାଲ ଟିମ୍ ଯିବେ। ଅନ୍ୟ ପକ୍ଷରେ ସ୍କୁଲ ପରିସରରେ ବିଶୋଧନ, ସଚେତନତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି।

ବିଦ୍ୟାଳୟରେ ଏବେ ପ୍ରିବୋର୍ଡ ପରୀକ୍ଷା ଚାଲିଛି। ସ୍ବାସ୍ଥ୍ୟଗତ ସମସ୍ୟା ବଢ଼ୁଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି। ସ୍କୁଲର ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୬୦ ରହିଥିବାବେଳେ ଅଧାରୁ ଅଧିକ ପିଲା ଏବେ ଦଣ୍ଡିସରେ ସଂକ୍ରମିତ ଅଛନ୍ତି।

 

Comments are closed.