Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
ଭୁବନେଶ୍ୱର: ଖୋର୍ଦ୍ଧା ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ସ୍ଥିତି ଅଣାୟତ୍ତ ପରେ ପିଲାମାନଙ୍କୁ ଘରକୁ ନେଇଯାଇଛନ୍ତି ଅଭିଭାବକ । ତେବେ ଏହି ଜଣ୍ଡିସ୍ର କାରଣ ଜଣା ପଡିଛି । ସ୍କୁଲ ପରିସର ୨ଟି ସ୍ଥାନର ପାଣି ନମୁନା ପଜିଟିଭ ଆସିଛି । ଗୋଟିଏ ରୋଷେଇ ଘର ଏବଂ ଅନ୍ୟଟି ଓଭର ହେଡ୍ ଟାଙ୍କି ପାଣି ।
ସ୍କୁଲରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୮୦ରୁ ଅଧିକ ଥିବାବେଳେ ବେସରକାରୀ ଭାବେ ସଂଖ୍ୟା କିନ୍ତୁ ଶହେ ଉପରେ ।
ତେବେ ଜିଲ୍ଲା ପ୍ରଶାସନ ପୂରା କ୍ୟାମ୍ପସର ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରି ଲାବୋଟାରିକୁ ପଠାଇଥିଲା। ସେହି ମଧ୍ୟରୁ ଦୁଇ ଗୋଟି ନମୁନା ପଜିଟିଭ୍ ଆସିଛି ବୋଲି ଖୋର୍ଦ୍ଧା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିତ୍ର ସୂଚନା ଦେଇଛନ୍ତି।
ସୂଚନାମୁତାବକ, ଗତ ନଭେମ୍ବର ବେଳକୁ ପ୍ରଥମେ ଛଅ ଜଣ ପିଲାଙ୍କଠାରେ ଏହି ରୋଗ ଚିହ୍ନଟ ହେଲା। ତା’ ପର ମାସ ଡିସେମ୍ବର ବେଳକୁ ଆଉ ୧୩ ଜଣ ଚିହ୍ନଟ ହେଲେ। ଗଲା ଡିସେମ୍ବର ସୁଦ୍ଧା ମୋଟ ୧୮ ଜଣ ଚିହ୍ନଟ ହୋଇଥିଲେ। ଏହାପରେ ଏବେ ୮୦ରୁ ଅଧିକ ଜଣ୍ଡିସ୍ ଆକ୍ରାନ୍ତ ହେଲେଣି ।
Comments are closed.