Latest Odisha News

BREAKING NEWS

ମଣିଷ କିନ୍ତୁ ରବର କଣ୍ଢେଇ ପରି ଶରୀରକୁ ଯେମିତି ଚାହାନ୍ତି ସେମିତି ମୋଡନ୍ତି

ଗାବନ: ପତଳା ଶରୀର । ଯୁୃଆଡେ ଚାହିଲେ ସିଆଡେ ମୋଡି ହୋଇ ଯାଉଛି । ମୋଡାମୋଡି ଶରୀରରେ ଯିଏ ତାଙ୍କୁ ଦେଖିବ, ଡରିଯିବ । ଲାଗିବ ବୋଧହୁଏ ଶାରୀରିକ ଭିନ୍ନକ୍ଷମ । କିନ୍ତୁ ନା । ସେ ଶାରୀରିକ ଭାବେ ସୁସ୍ଥ ଏବଂ ସକ୍ଷମ । ଏତେ ସକ୍ଷମ ଯେ ତାଙ୍କର ଶରୀର ତାଙ୍କ ନିୟନ୍ତ୍ରଣରେ ।

ଯୋଗ ହେଉଛି ସାଧନାର ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସଙ୍ଗରେ ମିଳନର ପ୍ରକ୍ରିୟା ।  ଯୋଗ ମାଧ୍ୟମରେ ଲୋକମାନେ ନିଜ ଶରୀରକୁ ସୁସ୍ଥ  ରଖିଥାନ୍ତି । ଖାଲି ସୁସ୍ଥ ନୁହେଁ, ଯୋଗ ଶରୀରକୁ କେମିତି ନରମ, ଫ୍ଲେକଜିବୁଲ କରିପାରେ ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି କିଛି ଫଟୋ ଭାଇରାଲ ହୋଇଛି   ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ପ୍ରଥମେ ଲାଗୁଥିଲା ଯେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଶାରୀରିକ ବିକଳାଙ୍ଗ ବା ଅକ୍ଷମ । କିନ୍ତୁ ସତ ହେଉଛି ଏହି ବ୍ୟକ୍ତିଙ୍କ ଶରୀର ଏତେ ନମନୀୟ ଯେ ସେ ଏହାକୁ ଯେ କୈାଣସି ଦିଗରେ ଭାଙ୍ଗି ପାରିବେ । ଯିଏ ଦେଖିଲା ସିଏ କହିଲା..ଇଏ ମଣିଷ ନା ରବର କଣ୍ଢଇ ?

ବ୍ୟକ୍ତିଙ୍କର ନାଁ ହେଉଛି ଜୈାରେସ୍ କମ୍ବିଲା  । ସେ ଆଫ୍ରିକୀୟ ଦେଶ ଗାବନର ବାସିନ୍ଦା । ସେ କହିଛନ୍ତି ଯେ ‘ମୁଁ ମୋ ଶରୀରକୁ କେତେ ଉପାୟରେ ବଙ୍କା କରିପାରିବି ତାହା ତୁମ କଳ୍ପନା ବାହାରେ’ । ମାତ୍ର ସାତ ବର୍ଷ ବୟସରୁ ଏସବୁ କରିବାକୁ ଖୁବ୍ ଭଲ ପାଉଥିଲେ ଏବଂ ସେବେଠାରୁ ସେ ଏହି ଅଭ୍ୟାସ ଜାରି ରଖିଥିଲେ ।  ସେ ନିଜର ହାତ, ଗୋଡ ଏବଂ ମୁଣ୍ଡକୁ ୧୮୦ ଡିଗ୍ରୀ କୋଣରେ ଯେକୈାଣଲି ଦିଗକୁ ବୁଲାଇ ପାରିବେ ।

ପ୍ରଥମେ ପ୍ରଥମେ ଲୋକେ ତାଙ୍କୁ ପରିହାସ କରୁଥିଲେ। କିନ୍ତୁ ଏହି କାମରେ ଆଜି ସେ ଏତେ ସଫଳ ହୋଇଛନ୍ତି  ଏହା ତାଙ୍କର ଜୀବିକା ନିର୍ବାହର ମାଧ୍ୟମ ପାଲଟିଛି । ଏହା ସହ ଜୈାରେସ୍ ଅନେକ ଲୋକଙ୍କୁ ତାଲିମ ମଧ୍ୟ ଦିଅନ୍ତି । ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରେ ଭାଇରାଲ ହେଉଛି ।  ସେ କହିଛନ୍ତି ତାଙ୍କ ଲୋକପ୍ରିୟତା ପଛରେ ସୋସିଆଲ ମିଡିଆର ବହୁତ ଅବଦାନ ରହିଛି ।

Leave A Reply

Your email address will not be published.