Latest Odisha News

BREAKING NEWS

ପାରିବାରିକ କଳହର କରୁଣ ପରିଣତି; ପୁଅର ତଣ୍ଟିକାଟି ଜୀବନ ହାରିଲା ସାବତ ମା’

କଟକ: ମଧୁପାଟଣାରୁ ଆସିଲା ଚାଞ୍ଚଲ୍ୟକର ଘଟଣା  । ଦୁଇ ବର୍ଷର ଛୁଆକୁ ତଣ୍ଟି କାଟି ମାରିଲା ମା’ । ଛୁଆକୁ ମାରିବା ପରେ ମା’ର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା କଟକ ମଧୁପାଟଣାର ଶ୍ରୀରାମନଗର ଅଞ୍ଚଳରେ ଘଟିଛି  । ଜଣେ ମା ଦୁଇ ବର୍ଷର ଶିଶୁ ପୁତ୍ରର ତଣ୍ଟି ଚିପି ହତ୍ୟା କରିଛି  । ପୁଅକୁ ହତ୍ୟା କରିବା ନିଜେ ଆତ୍ମହତ୍ୟା କରିଛି ।

ଝୁଲନ୍ତା ଅବସ୍ଥାରେ ମା’ର ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି । ତେବେ ଜଣେ ମା’ ଏଭଳି ଚରମ ପଦକ୍ଷେପ କାହିଁକି ନେଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପାରିବାରିକ ବିବାଦକୁ କେନ୍ଦ୍ର କରି ଏପରି ଘଟିଥିବା କୁହାଯାଉଛି  ।

ମିଳିଥିବା ସୂଚନା ଅନୁଯାୟୀ, ମୃତା ମହିଳାଙ୍କ ନାଁ ଶିଳ୍ପୀ ଖୁଣ୍ଟିଆ ଏବଂ ଘର  ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ।  ଆଜି ସକାଳେ ଶ୍ରୀରାମ ନଗରରେ ଥିବା ଘରେ ଝୁଲନ୍ତା ଅବସ୍ଥାରେ ଶିଳ୍ପୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ପାଖରେ ଅଢ଼େଇ ବର୍ଷର ପିଲାର ଶବ ମିଳିଛି।  ମୃତ ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ତାଙ୍କର ଝିଅ ଜଣେ ଇଞ୍ଜିନିୟର ଛାତ୍ରୀ । ସେ  ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ । ସନ୍ତାେଷ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ଏକ ଛୋଟ ପୁଅ ମଧ୍ୟ ଅଛି । ମୃତୁବରଣ କରିଥିବା ପିଲାଟି ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କର ବୋଲି ଜଣାଯାଇଛି।

ସନ୍ତାେଷନ ନିଜେ ସାଲେପୁରରେ ଏକ କମ୍ପାନୀରେ କାମ କରନ୍ତି। ସନ୍ତାେଷଙ୍କ ସହ ତାଙ୍କ ପତ୍ନୀଙ୍କ ସମ୍ପୂର୍କ ଭଲ ନ ଥିଲା । ପଇସା ପାଇଁସେ ସବୁବେଳେ ବାପଘର ଉପରେ ନିର୍ଭର କରୁଥିଲେ । ଶେଷରେ ନିଜେ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ପାଖରେ ଛୋଟ ପୁଅକୁ ମଧ୍ୟ ରଖିଥିଲେ ।

ତଥାପି ସ୍ୱାମୀଙ୍କ ସହ ତାଙ୍କର ପଡୁ ନ ଥିଲା । ସେମାନେ ପୁଅକୁ ତାଙ୍କ ପାଖରୁ ନେଇ ଯିବା ପାଇଁ ଧମକ ଦେଉଥଲେ । ଶେଷରେ ଅତିଷ୍ଠ ହୋଇ ସେ ଏପରି ପଦକ୍ଷେପ ନେଇଥିବା ତାଙ୍କର ମା’ କାନ୍ଦି କାନ୍ଦି କହିଛନ୍ତି ।

ଅନ୍ୟପକ୍ଷେ ସନ୍ତୋଷଙ୍କ ମା’ ବୋହୂକୁ ଦୋଷ ଦେଉଛନ୍ତି । ଟଙ୍କାପଇସାକୁ ନେଇ ସେ ଘରେ ସବୁବେଳେ ଅଶାନ୍ତି କରୁଥିବା ଅଭିଯୋଗ ଆଣିଛନ୍ତି । ପୋଲିସ ଘଟଣାର ରହସ୍ୟ କ’ଣ ଜାଣିବା ପାଇଁ ତଦନ୍ତ ଚଳାଇଛି । ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

 

Leave A Reply

Your email address will not be published.