Latest Odisha News

BREAKING NEWS

‘ମୁଁ ଚାଲି ଯାଉଛି, କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା..’

ମୁଁ ଚାଲି ଯାଉଛି । କାରଣ ଏହା ବୋଧେ ମୋ ପାଇଁ ଏକମାତ୍ର ରାସ୍ତା.. । ସରି ଦିଦି । ମୁଁ ତତେ ବହୁତ ଭଲ ପାଏ । ମମି ପାପ ତତେ ଲାଗିଲେ । ସେ ମୋତେ ମିଛି କହି ବାହା ହେଲେ । ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ଦେଲେ । ମାଡ, ଗାଳି, ଭାଷା ଝଗଡା, ବ୍ଲାକେମଲ..ଆଉ ସହି ପାରୁନି ଦିଦି.. । ପୁଅ ଆଉ ମୁଁ ଯେଉଁଠି ରହିବୁ, ଏକାଠି ରହିବୁ..  ବଡ ଭଉଣୀକୁ ଗୋଟି ଗୋଟି ସବୁ କଥା ବୁଝାଇ  ସବୁଦିନ ପାଇଁ ଦୁନିଆ ଛାଡି ଗଲେ ଶିଳ୍ପୀ ।

ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରର ଶିଳ୍ପୀ ଖୁଣ୍ଟିଆ । ଜଣେ ଇଞ୍ଜିନିୟର ।  ଆଜି ସକାଳେ ଶ୍ରୀରାମ ନଗରରେ ଥିବା ଘରେ ଝୁଲନ୍ତା ଅବସ୍ଥାରେ ଶିଳ୍ପୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ପାଖରେ ଅଢ଼େଇ ବର୍ଷର ପିଲାର ଶବ ମିଳିଛି।

ଶିଳ୍ପୀ ସୁନ୍ଦରୀ, ଶିକ୍ଷିତା, ଆତ୍ମନିର୍ଭରଶୀଳା ବି । ତଥାପି ଜୀବନ ତାଙ୍କ ପାଇଁ ବୋଝ ହୋଇ ପଡ଼ିଲା । ସନ୍ତୋଷ ଖୁଣ୍ଟିଆ ନାମକ ଜଣେ ଯୁବକଙ୍କୁ ସେ ପ୍ରେମ ବିବାହ କରିଥିଲେ । ସେ ବି ଜାଣିଥିଲେ, ସନ୍ତୋଷ ପୂର୍ବରୁ ବିବାହିତ । ତାଙ୍କର ଏକ ଛୋଟ ପୁଅ ବି ଅଛି । ଏହା ସତ୍ତ୍ୱେ ସେ ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲେ ।

କୁନି ପୁଅକୁ ମା’ ପରି ଆଦରି ନେଇଥିଲେ । ପାଖରୁ ଦୂରେଇବାକୁ ଚାହୁଁ ନ ଥିଲେ । ସାଧାରଣ ସାବତ ମା’ଠାରୁ ସେ ଥିଲେ ଅଲଗା । ତଥାପି ହସଖୁସିର ସଂସାର ସେ କରି ପାରି ନ ଥିଲେ । ଯାହା ପାଇଁ ସେ ସବୁ କିଛି ଛାଡି ଘର କରିବାକୁ ବସିଥିଲେ, ତାଠାରୁ ପାଇଥିଲେ ନିର୍ଯାତନା । ଏହା ବୋଧହୁଏ ସେ ସହି ପାରି  ନ ଥିଲେ ।

ସେଥିପାଇଁ ବୋଧହୁଏ ବାଛି ନେଇଥିଲଷ ଏମିତି ଚରମ ପଦକ୍ଷେପ  । ମୃତ୍ୟୁର ବାର ଘଣ୍ଟା ପୂର୍ବରୁ ଫଟୋ ଅପଡେଟ କରିଥିଲେ । ସେଥିରେ ବି ଲେଖିଥିଲେ..ମୁଁ ଯାଉଛି,,କାରଣ ଏହା ହୁଏତ ଶେଷ ରାସ୍ତା… । ଏ କଥା କାହାରି ନଜରକୁ ଆସି ନ ଥିଲା ବୋଧହୁଏ । ଆସିଥିଲେ ବି କେହି ଚିନ୍ତା କରିପାରି  ଥିବେ ସେ ଏମିତି କିଛି କରିଦେବେ ବୋଲି ।

ସାଧାରଣ ସାବତ ମା‘ଠାରୁ ବି ଯେ ଭିନ୍ନ ଥିଲେ ଏହା ତାଙ୍କ ହ୍ୱାଟ୍ସଅପ ଚାର୍ଟରୁ ଜଣା ପଡୁଛି । ପୁଅକୁ ପାଖରୁ ଛାଡିବାକୁ ସେ ଚାହଁୁ ନ ଥିଲେ । ଏପରିକି ଯେଉଁଠି ରହିବେ ଦୁହେଁ ଏକାଠି ରହିବେ ବୋଲି ସେ ଏପରି ପଦକ୍ଷେପ ନେଇଥିବା ବି ବଡ ଭଉଣୀଙ୍କୁ କହିଛନ୍ତି । ସେତିକି ନୁହେଁ, ଅଫସି, ଚାବି, ସିମ ଫେରାଇ ଦେବାକୁ ବି ବଡ ଭଉଣୀଙ୍କୁ ଅନୁରୋଧ କରିଛନ୍ତି । ଘରର ସବୁ ଜିନିଷ ନେଇ ଆସିବାକୁ  ବି ହ୍ୱାଟସଅପ ଚାଟିଂରେ କହି ଯାଇଛନ୍ତି ।

 

Leave A Reply

Your email address will not be published.