Latest Odisha News

BREAKING NEWS

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯବାନ ମୀର ମତବର ଅଲ୍ଳିଙ୍କ ଦେହାନ୍ତ, ଜନ୍ମମାଟିରେ ହେଲା ଶେଷକୃତ୍ୟ 

ଯାଜପୁର: ଯାଜପୁର ଜିଲା ବିଂଝାରପୁର ଥାନା ଅଳକୁଣ୍ଡ ଅଂଚଳର ଯବାନ ମୀର ମତବର ଅଲ୍ଳିଙ୍କ ପରଲୋକ । ମୀର ଆସାମ  ରାଇପଂଲ୍ସରେ କାର୍ଯ୍ୟରତ ଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ଯବାନ ମୀର ଅଲ୍ଳିଙ୍କ ମରଶରୀର ନିଜ ଜନ୍ମମାଟିରେ ପହଁଞ୍ଚିଥିଲା । ବିଞ୍ଝାରପୁରର ଗୟାସୁଦ୍ଧିନ ଛକଠାରୁ ବିଶାଳ ରାଲିରେ ସମଗ୍ର ଅଂଚଳ ପରିକ୍ରମା କରିବା ପରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ମୀରଙ୍କ ବିୟୋଗରେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ଶବାଧାରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇ ତାଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.