ନୂଆପଡ଼ା: କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା । ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ । ଏହିଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅଞ୍ଚଳରୁ ।
ସୂଚନା ଅନୁସାରେ, କୋମନା ଥାନା ଅଞ୍ଚଳର ବରକୋଟରେ ରହିଛି ସିଆରପିଏଫ କ୍ୟାମ୍ପ । କ୍ୟାମ୍ପରେ ଆଜି ସକାଳୁ ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯବାନ ଜଣକ ହେଲ ରାମ ପ୍ରତାପ । ତାଙ୍କ ଘର ଉତ୍ତର ପ୍ରଦେଶରେ । କୋମନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆତ୍ମହତ୍ୟାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ଜାରି ରହିଛି ।
Comments are closed.