Latest Odisha News

କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ

କଟକ: ଦିଲ୍ଲୀରୁ ଆସିଥିଲେ ଯବାନ । କଟକ ରେଲଓ୍ୱେ ଷ୍ଟେସନରୁ ନିଖୋଜ ହୋଇଛନ୍ତି । ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିବା ବେଳେ କଟକ ରେଳ ଷ୍ଟେସନରୁ ଜଣେ ଯବାନ ନିଖୋଜ ହୋଇଛନ୍ତି । ତାଙ୍କ ନାଁ ଟେନଜିନ୍ ଗାଓ୍ୱା । ସେ ଦିଲ୍ଲୀରୁ ଆସିଥିଲେ । ନିଖୋଜ ନେଇ ଅଭିଯୋଗ ପରେ ଖୋଳତାଡ ଆରମ୍ଭ କରିଛି ରେଲଓ୍ୱେ ପୋଲିସ ।

ଦିଲ୍ଲୀରୁ ପ୍ରାୟ ଦେଢ଼ ଶହ ଯବାନ ଟ୍ରେନିଂ ପାଇଁ କଟକ ଚାରବାଟିଆକୁ ଆସିଥିଲେ । ଗତକାଲି ସମସ୍ତେ କଟକ ରେଳ ଷ୍ଟେସନରେ ଓହ୍ଲାଇଥିଲେ । ଗ୍ରୁପ୍ କଲିଂ ବେଳେ ଜଣାପଡ଼ିଥିଲା ଟେନଜିନ୍ ଗାଓ୍ୱା ନିଖୋଜ ଅଛନ୍ତି । ଏନେଇ ଗତକାଲି ଯବାନଙ୍କ ଟିମ୍ ହେଡ୍ ଜିଆରପିରେ ଅଭିଯୋଗ କରିଥିଲେ ।

ଦେଢ଼ ଶହ ଯବାନଙ୍କ ମଧ୍ୟରୁ କେମିତି ନିଖୋଜ ହୋଇଗଲେ ଟେନଜିନ୍ ଗାଓ୍ୱା ? ସେ ନିଜେ କେଉଁଆଡ଼େ ଚାଲି ଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରିଛି ? ଟ୍ରେନିଂ ପୂର୍ବରୁ କୌଣସି କଥାକୁ ନେଇ ମାନସିକ ଚାପରେ ଥିଲେ କି ଯବାନ ? ଯେଉଁଥିପାଇଁ କୁଆଡ଼େ ଚାଲିଗଲେ ? ଯବାନଙ୍କ ନିଖୋଜ ପରେ ଏଭଳି ଅନେକ ପ୍ରଶ୍ନ ଉଠିଛି । ସାଥୀ ଯବାନଙ୍କୁ ଜିଆରପି ପଚରାଉଚରା କରୁଥିବା ବେଳେ ଫୋନ୍ ଟ୍ରାକିଂ କରାଯାଉଥିବା ସୂଚନା ମିଳିଛି ।

Comments are closed.