Latest Odisha News

BREAKING NEWS

ଘନ କୁହୁଡ଼ିର ଆସ୍ତରଣ: ଗାଡ଼ି ଚଳାଚଳ ପ୍ରଭାବିତ

କାମାକ୍ଷାନଗର: ବାତ୍ୟା ଜୱାଦ ପରେ ପ୍ରଥମ ଥର ପାଇଁ କାମାକ୍ଷାନଗର ଉପଖଣ୍ଡରେ ଘନ କୁହୁଡ଼ିର ଆସ୍ତରଣ । କୁହୁଡ଼ିର ପ୍ରଭାବରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ପ୍ରାୟ ୩୦ମିଟର ପର୍ଯ୍ୟନ୍ତ ସ୍ପଷ୍ଟଭାବେ ରାସ୍ତା ଦୃଶ୍ୟମାନ ହେଉନଥିଲା ।

ପ୍ରବଳ କୁହୁଡ଼ି ର ପ୍ରଭାବରେ କାକର ବିନ୍ଦୁ ଗଛ, ଲତା ଓ ଘାସ ଗାଲିଚା ଉପରେ ପଡ଼ି ଆଗାମୀ ଦିନରେ ପ୍ରବଳ ଶୀତର ଆଭାସ ଦେଉଛିି । ପ୍ରକୃତି ପ୍ରେମୀ ଏହାର ମଜା ଉଠାଉ ଅଞ୍ଚଳରେ ପହିଲି ଶୀତର ସ୍ପର୍ଶକୁ ଅନୁଭବ କରିବା ଦେଖିବାକୁ ମିଳିଥିଲା । ବାତ୍ୟା ଜୱାଦ ପରେ ଆଜି ଏତେ ଘନକୁହୁଡ଼ି ଓ କାକର ପ୍ରଭାବରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ କିଛି ଲୋକଙ୍କୁ ଅମୋଦିତ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.