ନୂଆଦିଲ୍ଲୀ: ପୂର୍ବତନ ମିସ୍ ଇଣ୍ଡିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର ଉଦୟ କୋଟାକ୍ଙ୍କ ପୁଅ ଜୟ କୋଟାକ । ମଙ୍ଗଳବାର ଜିଓ କନ୍ଭେନ୍ଶନ ସେଣ୍ଟରରେ ଆୟୋଜିତ ବିବାହ ସମାରୋହରେ ପୂର୍ବତନ ମିସ୍ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ । ଏହାପରେ ଉଦୟପୁରରେ ବିବାହର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅଦିତି ଓ ଜୟ କିଛି ବର୍ଷ ପୂର୍ବେ ଏକ ପାର୍ଟିରେ ପରସ୍ପରକୁ ଭେଟିଥିଲେ । ସେତେବେଳେ ବାସ୍ କିଛି ମିନିଟ୍ ଦୁହେଁ କଥା ହୋଇଥିଲେ । ଏହାପରେ ଜୟ ଅଦିତିଙ୍କୁ ଇନଷ୍ଟାଗ୍ରାମରେ ଏକ ମେସେଜ୍ ପଠାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବାରୁ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ପରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ଗତବର୍ଷ ଅଗଷ୍ଟରେ ସେମାନେ ନିର୍ବନ୍ଧ କରିଥିଲେ । ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଡିଜିଟାଲ ବ୍ୟାଙ୍କ କୋଟାକ୍ ୮୧୧ର ସହ-ଅଧ୍ୟକ୍ଷ ଜୟ କୋଟାକ ହାୱାର୍ଡ ବିଜିନେସ ସ୍କୁଲରୁ ନିଜର ଏମ୍ବିଏ ଏବଂ କଲମ୍ବିଆ ୟୁନିଭର୍ସିଟିରୁ ଇତିହାସରେ ବିଏ କରିଛନ୍ତି । ତାଙ୍କ ବାପା ଉଦୟ କୋଟାକ ମହିନ୍ଦ୍ରା ବ୍ୟାଙ୍କର ପ୍ରତିଷ୍ଠାତା ।
Comments are closed.