Latest Odisha News

BREAKING NEWS

ମନ୍ଦିର ଆସୁଛନ୍ତି, ଆଳତିରେ ସାମିଲ ହୋଇ ଭକ୍ତ ହାତରୁ ପ୍ରସାଦ ଖାଉଛନ୍ତି ଭାଲୁ

ନୂଆପଡା: ଜଙ୍ଗଲି ଭାଲୁ ଯିଏ ଏକ ପ୍ରକାର ପୋଷା ଜନ୍ତୁ ପାଲଟି ଗଲେଣି। ନୂଆପଡା ରେଞ୍ଜ ସାଲିହା କଣାଭଏଁରା ଜଙ୍ଗଲ ଭିତରେ ଥିବା ରାମ ଜାନକୀ ମନ୍ଦିର ନିକଟରେ ୩ଟି ଜଙ୍ଗଲି ଭାଲୁ ମନ୍ଦିରକୁ ଆସିବା ସହ ଆଳତିରେ ସାମିଲ ହେଉଛନ୍ତି । ଭକ୍ତଙ୍କ ହାତରୁ ପ୍ରସାଦ ମଧ୍ୟ ଖାଉଛନ୍ତି। ଲାଗୁଛି ସତେ ଯେମିତି ଭକ୍ତ ଆଉ ହିଂସ୍ର ଜନ୍ତୁ ସହ ଏକ ନିବିଡ ସମ୍ପର୍କ ସ୍ଥାପନ ହୋଇ ଯାଇଛି। ଦୁଇ ଛୁଆ ଓ ମା ଭାଲୁ ନିର୍ବିଘ୍ନରେ ଲୋକଙ୍କ ସହ ମିଶୁଛନ୍ତି । 

ପ୍ରଥମେ ଏହି ଭାଲୁ ଆପେ ଆପେ ଆସୁଥିବା ବେଳେ ସମସ୍ତେ ଦେଖି ଭୟଭୀତ ହେଉଥିଲେ । ହେଲେ ଭାଲୁମାନେ ଲୋକଙ୍କର କୌଣସି କ୍ଷତି କଲେ ନାହିଁ କି ଲୋକେ ବି ସେମାନଙ୍କର କୌଣସି କ୍ଷତି ପହଞ୍ଚାଇଲେ ନାହିଁ । ସବୁଠୁ ବଡ କଥା ହେଉଛି ପରିବାର ସଦସ୍ୟ ଭଳି କଥା ମାନିବା ସହ ଜଙ୍ଗଲରେ ବୁଲିବା ବେଳେ ସୀତାରାମ କହିଦେଲେ ସେମାନେ ଧାଇଁ ଆସୁଛନ୍ତି । ତେବେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ଏହାକୁ ବିରୋଧ କରିଛି । ବନ୍ୟଜନ୍ତୁଙ୍କ ଠାରୁ ଦୁରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ।

Leave A Reply

Your email address will not be published.