Latest Odisha News

BREAKING NEWS

ଆଇସିସିର ନୂଆ ଅଧ୍ଯକ୍ଷ ହୋଇପାରନ୍ତି ଜୟ ଶାହା

ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନୂଆ ଅଧ୍ଯକ୍ଷ ହୋଇପାରନ୍ତି। ଏହି ପଦବୀରେ ବର୍ତ୍ତମାନ ଗ୍ରେନ ବାର୍କଲେ ରହିଛନ୍ତି। ସେ ଖୁବଶୀଘ୍ର ଏହି ପଦବୀ ଛାଡିବେ ବୋଲି ପ୍ରକାଶ କରିଛନ୍ତି।

ତେଣୁକରି ବର୍ତ୍ତମାନ ଜୟ ଶାହା ଏହି ପଦବୀ ପାଇଁ ନିର୍ବାଚିତ ହୋଇପାରନ୍ତି। ଯଦି ଏହା ହୁଏ ତେବେ ସେ ତୃତୀୟ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ଯକ୍ଷ ପଦ ସମ୍ଭାଳିବେ।

ତେବେ ଯଦି ଜୟ ଶାହ ଆଇସିସିର ଅଧ୍ୟକ୍ଷ ହୁଅନ୍ତି, ସେ ଆଇସିସିର ସବୁଠୁ କନିଷ୍ଠ ଅଧ୍ୟକ୍ଷ ହେବେ। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ (୧୯୯୮-୨୦୦୦) ଏବଂ ଶରଦ ପାୱାର (୨୦୧୦-୨୦୧୨) ଏହି ପଦବୀରେ ରହିଥିଲେ।

ତେବେ ବାର୍କଲେଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବରରେ ଶେଷ ହେବ। ତାଙ୍କୁ ନଭେମ୍ବର ୨୦୨୦ରେ ପ୍ରଥମ ଥର ପାଇଁ ଏହି ପଦରେ ନିଯୁକ୍ତ କରାଯାଇଥିଲା। ଏହା ପରେ ସେ ୨୦୨୨ରେ ପୁଣି ଥରେ ନିର୍ବାଚିତ ହୋଇଥିଲେ।

Comments are closed.