Latest Odisha News

ଟଙ୍କାଏ ବି ନେଲେନି: ମାଗଣାରେ ଅଭିନୟ କଲେ ଅମିତାଭ-ଜୟା, ସୁପରହିଟ ହେଲା ଫିଲ୍ମ

ମୁମ୍ବାଇ: ୧୯୭୫ ମସିହାରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଚୁପକେ ଚୁପକେ’ରେ ବିଗ ବି ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା । ଏହା ଏକ କମେଡି ଫିଲ୍ମ ଥିଲା । ଏହି ଫିଲ୍ମରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମ ପଛର ଏକ ସତ କାହାଣୀ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ । ବାସ୍ତବରେ ଏହି ଫିଲ୍ମରେ ଅଭିନୟ କରିବାକୁ ଉଭୟ ଅମିତାଭ ଓ ଜୟା ଏକ ଟଙ୍କା ବି ପାରିଶ୍ରମିକ ନେଇନଥିଲେ । ଅର୍ଥାତ ଏହି ଫିଲ୍ମକୁ ସେମାନେ ମାଗଣାରେ କରିଥିଲେ । ତେବେ କଣ ପାଇଁ ଉଭୟ ପାରିଶ୍ରମିକ ନେଇନଥିଲେ ଜାଣିଛନ୍ତି କି? ଏହି ଫିଲ୍ମ ଆସିବା ପୂର୍ବରୁ ୧୯୭୩ ମସିହାରେ ଅମିତାଭଙ୍କ ଫିଲ୍ମ ‘ଜଞ୍ଜିର’ ଆସିଥିଲା । ଜଞ୍ଜିର ସୁପରହିଟ ସାବ୍ୟସ୍ତ ହୋଇଥିଲେ ବି ‘ଚୁପକେ ଚୁପକେ’ରେ ଅମିତାଭ ଓ ଜୟା ମୁଖ୍ୟ ଭୂମିକା ପରିବର୍ତ୍ତେ ସହଯୋଗୀ ଭୂମିକାରେ ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ।

BjdElectrycity

କାରଣ ଏହି ଫିଲ୍ମର ନିର୍ଦ୍ଦେଶକ ଋଷିକେଶ ମୁଖାର୍ଜୀଙ୍କୁ ଅମିତାଭ ଓ ଜୟା ଖୁବ ପସନ୍ଦ କରୁଥିଲେ । ସେଥିପାଇଁ ଋଷିକେଶଙ୍କ ସହ କାମ କରିବାର କୌଣସି ସୁଯୋଗ ହାତଛଡା କରିବାକୁ ଚାଁହୁନଥିଲେ । ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ଋଷିକେଶ ମୁଖାର୍ଜୀ ଅମିତାଭଙ୍କ ବାବଦରେ ଚିନ୍ତା କରିନଥିଲେ । କିନ୍ତୁ ଫିଲ୍ମ ନିର୍ମାଣ ନେଇ ଉଭୟ ଅମିତାଭ ଓ ଜୟା ଯେତେବେଳେ ଜାଣିଲେ ସେମାନେ ଯାଇ ଋଷିକେଶଙ୍କୁ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ତେବେ କେବଳ ଅନୁରୋଧ ନୁହେଁ ବରଂ ବିନା ପାରିଶ୍ରମିକରେ ଅଭିନୟ କରିବେ ବୋଲି ମଧ୍ୟ କହିଥିଲେ । ଏଥିରେ ଋଷିକେଶ ରାଜି ହେବାରୁ ଉଭୟ ଅଭିନୟ କରିଥିଲେ । ‘ଚୁପକେ ଚୁପକେ’ ମଧ୍ୟ ସୁପରହିଟ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମର କମେଡି ଦେଖି ସେତେବେଳେ ସମସ୍ତେ ହସି ହସି ଗଡିଯାଇଥିଲେ ।

Leave A Reply

Your email address will not be published.