Latest Odisha News

BREAKING NEWS

ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେବାକୁ ଯାଉଛି ୩୦୦୦ ମନ୍ଦିର

ନୂଆଦିଲ୍ଲୀ : ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ମନ୍ଦିର । ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମର ସୁରକ୍ଷା ତଥା ପ୍ରଚାର ପାଇଁ ଏହି ପଦକ୍ଷେପ ନିଆଯାଇଛି। ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଏ ମନ୍ଦିର ନିର୍ମାଣ କରାଯିବ। ଏନେଇ ହିନ୍ଦୁ ମନ୍ଦିରର ନିର୍ମାଣ କାର୍ଯ୍ୟ ବ୍ୟାପକ ସଂଖ୍ୟାରେ ଆରମ୍ଭ ହୋଇଛି ।

ତିରୁମାଲା ତିରୁପତି ଦେବସ୍ଥାନମର ଶ୍ରୀବାଣୀ ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ମନ୍ଦିର ପିଛା ୧୦ ଲକ୍ଷ ଟଙ୍କା ଲେଖାଏ ବଣ୍ଟନ କରିଛି । ରାଜ୍ୟରେ ୧,୩୩୦ ମନ୍ଦିର ନିର୍ମାଣ ଆରମ୍ଭ କରିବା ବ୍ୟତୀତ ଏହି ତାଲିକାରେ ଆଉ ୧,୪୬୫ ମନ୍ଦିର ମଧ୍ୟ ଯୋଡ଼ା ଯାଇଛି। ଏହିଭଳି କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଆହୁରି ୨୦୦ ମନ୍ଦିର ନିର୍ମାଣ କରାଯିବ।
ସତ୍ୟନାରାୟଣ କହିଛନ୍ତି ଯେ ଅବଶିଷ୍ଟ ମନ୍ଦିରଗୁଡିକ ଅନ୍ୟ ସ୍ୱୟଂସେବୀ ସଂସ୍ଥାର ସହଯୋଗରେ ନିର୍ମାଣ ହେବ। ଡେପୁଟି ସିଏମ୍ଙ୍କ ଅନୁସାରେ, ଏଣ୍ଡୋଓମେଣ୍ଟ ବିଭାଗର ତତ୍ତ୍ୱାବଧାନରେ ୯୭୮ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ପ୍ରତ୍ୟେକ ୨୫ ମନ୍ଦିରର କାର୍ଯ୍ୟ ଜଣେ ସହକାରୀ ଇଞ୍ଜିନିୟରଙ୍କୁ ହସ୍ତାନ୍ତର କରାଯାଇଛି। କିଛି ମନ୍ଦିରର ପୁନର୍ନିମାଣ ଏବଂ ମନ୍ଦିରରେ ଅନୁଷ୍ଠାନଗୁଡ଼ିକ ପାଇଁ ଆବଣ୍ଟିତ ୨୭୦ କୋଟି ଟଙ୍କା ମଧ୍ୟରୁ ୨୩୮ କୋଟି ଟଙ୍କା ଜାରି ହୋଇ ସାରିଛି।
ଏନେଇ ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ଧୂପ ଦୀପ ଯୋଜନା ଅଧୀନରେ ୨୦୧୯ରେ ୧୫୬୧ଟି ମନ୍ଦିର ପଞ୍ଜିକୃତ ହୋଇଥିଲା, ଏବେ ଏହାର ସଂଖ୍ୟା ୫୦୦୦ ହୋଇଯାଇଛି।

Leave A Reply

Your email address will not be published.