Latest Odisha News

BREAKING NEWS

ନବୀନଙ୍କ ଆରୋପ ‘ଘୋଡା ବେପାର କରୁଛି ବିଜେପି’, କଡା ଉତ୍ତର ରଖିଲେ ଜୟନାରାୟଣ

ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ । ଏହି ରାଜ୍ୟସଭା ନିର୍ବାଚନକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ଘୋଡା ବେପାରକୁ ନେଇ ପରସ୍ପରକୁ ଆକ୍ଷେପ କରିଛନ୍ତି । ରାଜ୍ୟସଭାରେ ବିଜେପି ଘୋଡାବେପାର କରୁଛି ଏହା ଅପରାଧ ବୋଲି ନବୀନ କହିଛନ୍ତି ।

ଆଉ ନବୀନଙ୍କ ଏଭଳି ବୟାନ ପରେ ଜୟନାରାୟଣ ଏହାକୁ କଟାକ୍ଷ କରିଛନ୍ତି । ନବୀନଙ୍କ ଘୋଡା ବେପାରରେ ଅଭିଜ୍ଞତା ରହିଛି । ଆମେ ଘୋଡା ବେପାର କରୁନୁ, ବିବେକୁନୁମୋଦିତ ଭୋଟ ମାଗିଛୁ । ବିଜେଡି ଡଙ୍ଗା ବୁଡୁଛି ଆଉ ସେହି ଡଙ୍ଗାରେ କେହି ବସିବାକୁ ରାଜି ନାହାଁନ୍ତି ବୋଲି ଜୟନାରାୟଣ କହିଛନ୍ତି ।

Leave A Reply

Your email address will not be published.