Latest Odisha News

BREAKING NEWS

ଜୟନାରାୟଣଙ୍କୁ ଲାଗିଛି 5-ଟି ଭୂତ, ଝାଡ଼ି ହେବାକୁ ପରାମର୍ଶ ଦେଲେ ଅମର

ଭୁବନେଶ୍ୱର: 5-ଟିକୁ ନେଇ ବାରମ୍ବାର ପ୍ରଶ୍ନ କରୁଥିବା  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ଚିଡି ଗଲାଣି ବିଜେଡି! କାଲି ଅରୁଣ ସାହୁଙ୍କ ପରେ ଆଜି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ରଖିଥିବା ବୟାନ ହିଁ ଏହାର ପ୍ରମାଣ ଦେଉଛି । ବିରୋଧୀ ଦଳ ବିଧାୟକ ଅପ୍ରାସଙ୍ଗିକ କଥା କହି ବିଧାନସଭାର ମୂଲ୍ୟବାନ ସମୟ ନଷ୍ଚ କରନ୍ତୁ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ସାଂସଦ ଅମର ପ୍ରସାଦ ଶତପଥୀ ।

ଶତପଥୀ କହିଛନ୍ତି,  ଲାଗୁଛି ଜୟନାରାୟଣଙ୍କୁ ୫-ଟି ଭୂତ ଲାଗିଛି  ।  ଗୁଣିଆ ତ ଡାକି ହେବନି, ସେ ଝାଡି ଦିଅନ୍ତୁ କିନ୍ତୁ ଅଯଥାରେ ସମାନ ପ୍ରସଙ୍ଗ ଆଲୋଚନା ନ କରି ନିଜର ପଦମର୍ଯ୍ୟାଦା ରକ୍ଷା କରନ୍ତୁ ।  ସରକାରଙ୍କ ୫-ଟି ଏକ ବ୍ୟବସ୍ଥା, ଏକ ବିପ୍ଳବ, ଏକ ଆନ୍ଦୋଳନ ଓ ଏକ ପ୍ରଗତିଶୀଳ ଚିନ୍ତାଧାରା। ଏପରିକି କେନ୍ଦ୍ର ସରକାର ବି ଓଡ଼ିଶାର ଗଭର୍ଣ୍ଣନାସକୁ ମଡେଲକୁ ପ୍ରଶଂସା କରିଛନ୍ତି। ଏତେ ସବୁ ପରେ ବି ବିରୋଧୀ ଦଳ ନେତାଙ୍କୁ ୫-ଟି କାହିଁକି ବାଧୁଛି ବୋଲି ପ୍ରଶ୍ନ କରିଛନ୍ତି ଅମର।

ଅମର ଆହୁରି କହିଛନ୍ତି, ‘୫-ଟି’ ଫଳରେ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିଛି । ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଏକ ଆଦୃତି ମଧ୍ୟ ମିଳିଛି। ଅମରଙ୍କ ଯୁକ୍ତି, ଯେଉଁମାନେ ପ୍ରଗତିଶୀଳ ବିଚାରଧାରାର ପରିପନ୍ଥୀ ସେମାନେ ‘୫-ଟି’କୁ ବିରୋଧ କରୁଛନ୍ତି। ତେଣୁ ବିରୋଧୀ ଦଳ ନେତା ଗୃହରେ ୫ଟି କଥା କହି ଗୃହର ସମୟ ନଷ୍ଟ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ ।

Leave A Reply

Your email address will not be published.