Latest Odisha News

BREAKING NEWS

ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି: ଜୟନାରାୟଣ

ଭୁବନେଶ୍ଵର: ଦଳରେ ନାହାଁନ୍ତି କିନ୍ତୁ ବିଧାନସଭାରେ ଚାଲୁଛି ପାଣ୍ଡିଆନ୍ ରାଜ୍ । ବିଧାନସଭାରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରମାଣ ଦେଲେ ଜୟନାରାୟଣ । କହିଲେ ଏବେ ବି ବିଜେଡିରେ ଚାଲିଛି ପାଣ୍ଡିଆନଙ୍କ ରାଜ । ପାଣ୍ଡିଆନଙ୍କ କଥାରେ ଗୃହକୁ ଅଚଳ କରୁଛି ବିଜେଡି । ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ନମ୍ବର ୱାନ୍ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି କହିଛନ୍ତି ଜୟନାରାୟଣ ।

ପୁଣି ଥରେ ବିଧାନସଭା ଅଚଳ କରାଯିବାକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି । ପଏଣ୍ଟ ଅଫ ଅର୍ଡର ନେଇ ଗୃହରେ  ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ପାଣ୍ଡିଆନଙ୍କ କଥାରେ ବିଜେଡି ଗୃହକୁ ଅଚଳ କରୁଛି । ବିରୋଧୀ ବିଜେଡି ଚାଷୀ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ, ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ। କିନ୍ତୁ କଣ ପାଇଁ କାଲିଠାରୁ ଆଜି ଯାଏ ଗୃହକୁ ମୁଲତବୀ କରାଯାଇଛି । ଲବିରେ କିଛି ବିଜେଡି ବିଧାୟକଙ୍କ ସହ ଆଲୋଚନା କରୁଥିଲି, ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ । ଏ ଗୃହକୁ କଣ ପାଣ୍ଡିଆନ ଚଳେଇବେ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦରି ବୁହା, ଟେଣ୍ଟ ବୁହା ଏଠିକି ଆସି ବଡ଼ କଥା କହୁଛନ୍ତି । କିଏ ଗୋଟେ ବାହାର ଲୋକ କହିବେ, ଆଉ ଗୃହକୁ ବନ୍ଦ କରିଦିଆଯିବ । ଏଥିପାଇଁ ବିଜେଡି ସଦସ୍ୟ କ୍ଷମା ମାଗିବା ଦରକାର । ଏବେ ବି ବିଜେଡିରେ ପାଣ୍ଡିଆନଙ୍କ ନମ୍ବର ୱାନ୍ ଚମଚା ହେବା ପାଇଁ ପ୍ରତିଯୋଗିତା ଚାଲିଛି ବୋଲି କହିଛନ୍ତି ଜୟନାରାୟଣ ।  ପାଣ୍ଡିଆନଙ୍କ କଥାରେ ଏବେ ବି ବସ ଉଠ ହେଉଛନ୍ତି ବିଜେଡି ନେତା । ପାଣ୍ଡିଆନଙ୍କ ପ୍ରିୟ ହେବା ପାଇଁ ଏବେ ବି ପ୍ରତିଯୋଗୀତା ଚାଲିଛି । ଯେଉଁ କାରଣକୁ ବିରୋଧି ଗୃହ ଚଲାଇଦେଉନାହାନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଜୟନାରାୟଣ ।

Comments are closed.