ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଉଠିଥିଲା ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ଓ ବଣିକ କୋଚିଂ ପ୍ରସଙ୍ଗ। ଶାସକ ବିଜେଡିକୁ ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ଆକ୍ରମଣ କରିଥିଲେ। ‘ବଣିକ୍’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହ କ’ଣ ସଂପର୍କ ରହିଛି ବୋଲି ପ୍ରଶ୍ନ କରିବାରୁ ଗୃହରେ ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ କାରବାରରେ ‘ବଣିକ୍’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କର କ’ଣ ସମ୍ପର୍କ ରହିଛି? 5T ସ୍କୁଲକୁ କମ୍ପ୍ୟୁଟର କିଏ ଦେଇଥିଲେ ଓ ସେଥିରେ ସୁବ୍ରତ ଛାଟୋଇଙ୍କର କିଛି ସମ୍ପର୍କ ଅଛି କି? ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହିତ କ’ଣ ସମ୍ପର୍କ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ। ସରକାର ଉତ୍ତର ଦେବା ପରିବର୍ତ୍ତେ ପ୍ରସଙ୍ଗକୁ ଭ୍ରମିତ କରିବାକୁ ଚାହିଁଥିଲେ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି ଜୟନାରାୟଣ ମିଶ୍ର ।
Comments are closed.