Latest Odisha News

BREAKING NEWS

ଆଜି ବିଜେପିର ୧୨ଘଣ୍ଟିଆ ଜୟପୁର ବନ୍ଦ ଡ଼ାକରା

ଜୟପୁର: ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବା ଓ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ଜୟପୁରରେ ୧୨ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଏହି ବନ୍ଦ କରାଯାଇଛି । ଦୋକାନ, ବଜାର ସମେତ ଚକ, ଅଖ ମଧ୍ୟ ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ।

ବାମୁଣୀ ଗାଁରେ ଗଣଦୁଷ୍କର୍ମ ଘଟଣା ପରେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୁକ୍ତମାନେ ଖୋଲା ବୁଲୁଥିବାବେଳେ ମାରଣାସ୍ତ୍ର ଧରି ସାକ୍ଷୀମାନଙ୍କୁ ପ୍ରଭାବିତ କରୁଛନ୍ତି । ଏହି ଘଟଣାର ପ୍ରତିବାଦ ସ୍ୱରୂପ ଭାରତୀୟ ଜନତା ପାର୍ଟି ଆଜି ବନ୍ଦ ଡ଼ାକରା ଦେଇଛି । ଜାତୀୟ ରାଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାନବାହାନ ଯାତାୟତରେ ବାଧା ଉପୁଜୁଛି ।

ବାମୁଣୀ ଗାଁରେ ସ୍ୱାମୀ, ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ୨ଜଣ ଦୁର୍ବୁତ୍ତ ଘର ପଛପଟେ ପଶି ସ୍ୱାମୀକୁ ନିସ୍ତୁକ ମାଡ଼ ମାରିଥିଲେ । ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ପତ୍ନୀଙ୍କୁ ଦୁଷ୍କର୍ମ କରିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ହେଲେ ଘଟଣା ଘଟିବାର ୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଚୁପ ବସିଛି । ଏହାକୁ ପ୍ରତିବାଦ କରି ଜୟପୁର ସହର ବନ୍ଦ ଡ଼ାକରା ଦିଆଯାଇଛି ।

Comments are closed.