Latest Odisha News

BREAKING NEWS

୬ରୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି, ସରକାରଙ୍କୁ ଘେରିବ..

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ସରକାରଙ୍କ ବିରୋଧରେ ଗର୍ଜିବ । ଅନିୟନ୍ତ୍ରିତ ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାରେ ସରକାରଙ୍କୁ ଜବାବ ମାଗିବ ବିଜେଡି ।

ଏଥିପାଇଁ ଜାନୁଆରୀ ୬ ତାରିଖରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଜାନୁଆରୀ ୬ରେ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏନେଇ ବିଜେଡି ପକ୍ଷରୁ ପ୍ରସମିଟ କରି ସୂଚନା ଦିଆଯାଇଛି । ଏନେଇ ବିଜେଡି କହିଛି, ଡବଲ ଇଞ୍ଜିନ ସରକାର ଆସିବା ପରେ ହୁ ହୁ ହୋଇ ଦରଦାମ ବଢିଚାଲିଛି । ନିତ୍ୟ ବ୍ୟବହାର ଜିନିଷ ଯଥା ଡିଜେଲ, ପେଟ୍ରୋଲ, ଗ୍ୟାସ, ଡାଲି, ତେଲ ଏବଂ ପନିପରିବା ଦର ଅହେତୁକ ବୃଦ୍ଧି ହେବା କାରଣରୁ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ପ୍ରଶାସନିକ ଓ ସରକାରୀ ବିଫଳତା କହି ବର୍ଷିଛି ବିଜେଡି । ଯାହାର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିବ ।

ଦରଦାମ ବୃଦ୍ଏଧି ନେଇ ବିଜେଡି ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବା ବେଳେ ଏହା ପରେ ଯଦି ଦରଦାମ୍ ନିୟନ୍ତ୍ରଣ ନହୁଏ, ତାହା ହେଲେ ଓଡିଶାର ୩୦ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ବିଜେଡି ।

Comments are closed.