Latest Odisha News

BREAKING NEWS

କୋଟାରେ ଜେଇଇ ଛାତ୍ର ନିଖୋଜ; ଜଙ୍ଗଲ ଆଡ଼େ ଯାଇଥିବା ସୂଚନା

ନୂଆଦିଲ୍ଲୀ: ରାଜସ୍ଥାନ କୋଟାରେ ଅଧ୍ୟୟନ କରୁଥିବା ଜଣେ ଜେଇଇ ଛାତ୍ର ଗତ ଦୁଇ ଦିନ ହେବ ନିଖୋଜ ଅଛନ୍ତି । ତାଙ୍କ ନାଁ ରଚୀତ ସାନ୍ଧେ । ତାଙ୍କ ଘର ମଧ୍ୟପ୍ରଦେଶରେ । ଏକ ବର୍ଷରୁ ଅଧିକ ଦିନ ହେବ ସେ କୋଟାର ଏକ ଶିକ୍ଷାନୁଷ୍ଠାନରେ ଜେଇଇଇ ପରୀକ୍ଷା ପାଇଁ କୋଚିଂ ନେଉଥିଲେ । ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି ।

ପୁଲିସ୍ ସୂଚନାଅନୁସାରେ, ଗତ ରବିବାର ଅପରାହ୍ନରେ ରଚୀତ ପରୀକ୍ଷା ଦେବା ପାଇଁ ଜବାହାର ନଗର ଅଞ୍ଚଳରେ ଥିବା ତାଙ୍କ ହଷ୍ଟେଲରୁ ବାହାରିଥିଲେ । ହେଲେ ସେ ପରୀକ୍ଷା କେନ୍ଦ୍ରକୁ ନ ଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ଗରାଡିଆ ଶିବ ମନ୍ଦିରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହାପରେ ସେ ମନ୍ଦିର ନିକଟରେ ଥିବା ଜଙ୍ଗଲକୁ ଭିତରକୁ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ରଚୀତଙ୍କ ବ୍ୟାଗ୍, ମୋବାଇଲ ଓ ତାଙ୍କ ରୁମର ଚାବି ମନ୍ଦିର ନିକଟରୁ ଚାବି ଜବତ କରାଯାଇଛି । ପୁଲିସ୍ ଓ ଏସଡିଆରଏଫ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ଖବର ଲେଖାଯିବା  ସୁଦ୍ଧା ଛତ୍ରଙ୍କ ପତ୍ତା ମିଳି ନାହିଁ ।

ସୂଚନାଯୋଗ୍ୟ, କୋଟାରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ଆମ ସମାଜକୁ ଖରାପ ପ୍ରବାହ ପକାଉଛି ।

Leave A Reply

Your email address will not be published.