ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (NTA) ବୁଧବାର ଇଞ୍ଜିନିୟରିଂ ଆଡମିଶନ ପାଇଁ ଜେଇଇ ମେନ୍ (JEE-Mains) ପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଫଳସ୍ୱରୂପ ୫୬ ଜଣ ପ୍ରାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ତେଲେଙ୍ଗାନାର ବୋଲି କୁହାଯାଉଛି। ନ୍ୟାସନାଲ ଟେଷ୍ଟ ଏଜେନ୍ସି (NTA) ସେସନ୍-୨ ଫଳାଫଳ ପ୍ରକାଶ କରିଛି। jeemain.nta.ac.in ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ।
ଚଳିତ ବର୍ଷ, ଜେଇଇ ମେନ୍ ଜାନୁଆରୀ ଏବଂ ଏପ୍ରିଲରେ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଉଭୟ ସେସନରେ ଅଂଶଗ୍ରହଣ କରିଥିବା ପ୍ରାର୍ଥୀମାନେ ସେମାନଙ୍କର ରେଜଲ୍ଟ ଏବଂ ମେରିଟ ଲିଷ୍ଟ ତାଲିକା ପାଇପାରିବେ। ଏହି ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ପାଇଁ ୧୦ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଶତପ୍ରତିଶତ ସ୍କୋର କରିଥିବା ଛାତ୍ରମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର, ୭ ଜଣ ଆନ୍ଧ୍ରପ୍ରଦେଶ, ୭ ଜଣ ମହାରାଷ୍ଟ୍ରର ଏବଂ ଦିଲ୍ଲୀରୁ ୬ ଜଣ ସଫଳ ହୋଇଛନ୍ତି।
ପରୀକ୍ଷାର ପ୍ରଥମ ସଂସ୍କରଣ ଜାନୁଆରୀ-ଫେବୃଆରୀରେ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ଏପ୍ରିଲରେ କରାଯାଇଥିଲା। ଜେଇଇ ମେନ୍ର ଫଳାଫଳ ଆଧାରରେ, ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସର୍ଟଲିଷ୍ଟ ହୋଇଛନ୍ତି। ୨୩ଟି ଅଗ୍ରଣୀ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ JEE- ଆଡଭାନ୍ସଡ୍ ହେଉଛି ଅନ୍ୟତମ ପରୀକ୍ଷା। ଏହି ପରୀକ୍ଷା ଆସାମ, ବଙ୍ଗାଳୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁରେ କରାଯାଇଥିଲା।
Comments are closed.