Latest Odisha News

BREAKING NEWS

ଡ୍ରାଇଭର ସିଟରେ ଭାରତ: ୫୧ ଇନିଂସ ପରେ ଶତକ ହାସଲ କଲେ ପୂଜାରା, ବାଂଲାଦେଶ ସମ୍ମୁଖରେ ୫୧୩ ରନର ଟାର୍ଗେଟ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ଡ୍ରାଇଭର ସିଟରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୫୧୩ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୪୨ ରନ କରିଛନ୍ତି । ନଜମୁଲ ହୁସେନ ୨୫ ଓ ଜାକିର ହୁସେନ ୧୭ ରନ କରି ଅପରାଜିତ ଅଛନ୍ତି । ପୂର୍ବରୁ ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୨୮୨ ରନ ରନ କରିବା ପରେ ଇନିଂସ ଘୋଷଣା କରିଥିଲା । ଶୁଭମନ ଗିଲ ୧୧୦ରନ କରି ଆଉଟ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୧୦୨ ରନ କରି ଅପରାଜିତ ରହିଥିଲେ । ୫୧ ଇନିଂସ ପରେ ପୂଜାରା ଶତକ ହାସଲ କରିଛନ୍ତି । ଏଥିସହ ସେ କ୍ୟାରିୟରର ୧୯ତମ ଶତକ ହାସଲ କରିଛନ୍ତି । ବିରାଟ କୋହଲି ୧୯ ରନ କରି ନଟଆଉଟ ରହିଥିଲେ ।

ପ୍ରଥମ ଇନିଂସରେ ଭାରତର ୪୦୪ ରନ ଜବାବରେ ବାଂଲାଦେଶ ୧୫୦ ରନ କରି ଅଲଆଉଟ ହୋଇଥିଲା । ଭାରତ ୨୫୪ ରନର ଅଗ୍ରଣୀ ଥିବା ସତ୍ୱେ ଅଧିନାୟକ ରାହୁଲ ବିପକ୍ଷ ଦଳକୁ ଫଲୋଅନ ନ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲେ । କୂଲଦୀପ ଯାଦବ ଭାରତ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.