ନୂଆଦିଲ୍ଲୀ: ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଏନେଇ ଘୋଷଣା କରିଛନ୍ତି । ଜେଇଇ ମେନ୍ସ ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୩ରୁ ୨୬ ମଧ୍ୟରେ କରାଯିବ । ଅନ୍ୟ ତିନିଟି ପର୍ଯ୍ୟାୟ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ହେବ ।
ଜେଇଇ ମେନ୍ସ ୨୦୨୧ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ୪ଟି ପର୍ଯ୍ୟାୟରେ ହେବାକୁ ଥିବା ପରୀକ୍ଷା ୧୩ଟି ଭାଷାରେ କରାଯିବ । ୪ଟି ପର୍ଯ୍ୟାୟ ମଧ୍ୟରୁ ପରୀକ୍ଷାର୍ଥୀ ନିଜ ସୁବିଧା ଅନୁସାରେ କୌଣସି ବି ପର୍ଯ୍ୟାୟରେ ପରୀକ୍ଷା ଦେଇପାରିବେ । ବିଭିନ୍ନ ଶିକ୍ଷା ବୋର୍ଡର ପରାମର୍ଶ ଅନୁଯାୟୀ ଏନଟିଏ ନିର୍ଣ୍ଣୟ ନେଇଛି ଯେ, ପ୍ରଶ୍ନ ପତ୍ରରେ ୯୦ ମାର୍କ ରହିବ । ଇଂରାଜୀ, ହିନ୍ଦି ଓ ଗୁଜରାଟୀ ଭାଷାରେ ହେଉଥିବା ଜେଇଇ ପରୀକ୍ଷା ଚଳିତ ଥର ବାଂଲା, ଆସାମୀ, କନ୍ନଡ, ମରାଠୀ, ମାଲାୟାଲାମ, ଓଡିଆ, ତାମିଲ, ଉର୍ଦ୍ଧୁ, ତେଲଗୁ ଓ ପଞ୍ଜାବୀ ଭାଷାରେ କରାଯିବ ।
Comments are closed.