Latest Odisha News

BREAKING NEWS

ବାପା ହେଲେ ନ୍ୟୁଜିଲାଣ୍ଡ କ୍ରିକେଟର ୱିଲିୟମସନ

ଅକଲାଣ୍ଡ:ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ ୱିଲିୟମସନ ବୁଧବାର ବାପା ହୋଇଛନ୍ତି । ପତ୍ନୀ ସାରା ଓ ୱିଲିୟମସନ କୁନି ଝିଅର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତିି । ଇନଷ୍ଟଗ୍ରାମରେ ଝିଅକୁ ଜାବୁଡି ଧରିଥିବା ୱିଲିୟମସନଙ୍କ କଳା ଓ ଧଳା ରଙ୍ଗର ଫଟୋ ଶେୟାର କରାଯାଇଛି । ଯାହାକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି । ଏହା ଆମ ଜୀବନର ଏକ ସୁବର୍ଣ୍ଣ କ୍ଷଣ ବୋଲି ସେ କହିଛନ୍ତି ।

ଆଇସିସି ମଧ୍ୟ ଏ ନେଇ ୱିଲିୟମସନଙ୍କୁ ଅଭିନନ୍ଦନ ଜଣାଇଛି । ବିରାଟ କୋହଲିଙ୍କଠାରୁ ଆରମ୍ଭ କରି ଅନ୍ୟ ସାଥୀ ଖେଳାଳିମାନେ ତାଙ୍କୁ ଏ ନେଇ ଅଭିନନ୍ଦନର ବାର୍ତା ପଠାଇଛନ୍ତି । ସେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଅଧାରୁ ନିଜ ସ୍ତ୍ରୀଙ୍କ ପାଖକୁ ପଳାଇ ଆସିଥିଲେ । ୱିଲିୟମସନ ଏବେ ପାକିସ୍ତାନ ବିପକ୍ଷ ଟି୨୦ ସିରିଜରେ ଖେଳିବେ ।

Leave A Reply

Your email address will not be published.