Latest Odisha News

BREAKING NEWS

ଜେଇଇ/ନିଟ୍‌ ପରୀକ୍ଷା: ସୁପ୍ରିମକୋର୍ଟ ଖାରଜ କଲେ ୬ ରାଜ୍ୟର ଆବେଦନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ନିଟ୍ ଓ ଜେଇଇ (ମେନ୍‌) ଭଳି ପରୀକ୍ଷା ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ସୂଚନାନୁଯାୟୀ ଝାଡଖଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ଛତିଶଗଡ ଓ ମହାରାଷ୍ଟ୍ର ଭଳି ୬ଟି ରାଜ୍ୟ ପକ୍ଷରୁ ଜେଇଇ (ମେନ୍‌) ଓ ନିଟ୍‌ ପରୀକ୍ଷା ଘୁଞ୍ଚାଇବା ଲାଗି ରିଭ୍ୟୁ ପିଟିସନ୍ କରାଯାଇଥିଲା । ଯାହାକୁ ଶୁକ୍ରବାର ଦିନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ବିଆର ଗବଉ ଓ ଜଷ୍ଟିସ୍ କୃଷ୍ଣ ମୁରାରିଙ୍କ ବେଞ୍ଚ ଏହି ପିଟିସନର ଶୁଣାଣି କରି ପୁନର୍ବିାଚର ଆବେଦନକୁ ଖାରଜ କରିଛନ୍ତି ।

ଗତ ଅଗଷ୍ଟ ୧୭ ତାରିଖରେ ସୁପ୍ରିମକୋର୍ଟ ଏହି ପରୀକ୍ଷା କରିବା ପାଇଁ ଅନୁମୋଦନ ଦେଇଥିଲେ । ଯାହାକୁ ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରାଯାଇଥିଲା ।

ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଜେଇଇ (ମେନ୍‌) ସେପ୍ଟେମ୍ବର ୧ରୁ୬ ଏବଂ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.