Latest Odisha News

BREAKING NEWS

ଫିଲ୍ମ ସେଟରେ ସୁଟିଂ ବେଳେ ଆହତ ହେଲେ ଜେନିଫର୍ ଲରେନ୍ସ

ଲସ୍ ଆଞ୍ଜେଲସ୍ : ଓସ୍କାର ବିଜେତା ଜେନିଫର୍ ଲରେନ୍ସ ଆହତ । ବୋଷ୍ଟନରେ ନିଜ ଫିଲ୍ମର ସୁଟିଂ ସମୟରେ କାଚ ଯୋଗୁଁ ତାଙ୍କ ଆଖି ନିକଟରେ ଆଘାତ ଲାଗିଛି ।

“ଡୋନ୍ ଲୁକ୍ ଅପ୍” ସେଟରେ ଏକ ନିୟନ୍ତ୍ରିତ ବିସ୍ଫୋରଣରୁ କାଚ ବାହାରି ଲରେନ୍ସଙ୍କ ଆଖି ପାଖରେ ଆହତ ହୋଇଥିଲା । ଫଳରେ ରକ୍ତସ୍ରାବ ହୋଇଥିଲା । ଦୁର୍ଘଟଣାରେ ସେ କେତେ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ହଲିଉଡ ଆଉଟଲେଟ୍ ଡେଡଲାଇନର ଏକ ସୂତ୍ରରୁ ପ୍ରକାଶ ପାଇଛି ଯେ ଲରେନ୍ସ ସୁସ୍ଥ ଅଛନ୍ତି ।

Comments are closed.