Latest Odisha News

ମହାମାରୀ ସତ୍ତ୍ୱେ ଚଳିତ ବର୍ଷ କିଟ୍‌ରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର: ଚଳିତ ବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ୨୦୨୦-୨୧ ବ୍ୟାଚ୍ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ମିଳିଛି । ଜୁଲାଇ ୧ରୁ ଅନ୍-ଲାଇନ୍ ମାଧ୍ୟମରେ କିଟ୍ରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍ ସ୍କୁଲ୍ ଅଫ୍ ଟେକ୍ନୋଲୋଜିର ୮୦ ପ୍ରତିଶତ ଛାତ୍ରଛାତ୍ରୀ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ମାଧ୍ୟମରେ ନିଯୁକ୍ତି ସୁଯୋଗ ପାଇ ସାରିଲେଣି।

କରୋନା ମହାମାରୀ ସମୟରେ ମଧ୍ୟ ୯୦ଟି କମ୍ପାନୀ ଅନ୍ ଲାଇନ୍ କ୍ୟାମ୍ପସ୍ ପ୍ଲେସମେଣ୍ଟ୍ରେ ଯୋଗଦେଇ ୨୦୨୧ରେ ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ୩୫୦୦ଜଣଙ୍କୁ ନିଯୁକ୍ତି ମିଳିଛି । ସ୍କୁଲ୍ ଅଫ୍ ଟେକ୍ନୋଲୋଜିର ୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀରେ ନିଯୁକ୍ତି ପାଇସାରିଲେଣି। ପ୍ରାୟ ଏକ ହଜାର ଛାତ୍ରଛାତ୍ରୀଙ୍କ ହାତରେ ରହିଛି ଏକାଧିକ ନିଯୁକ୍ତି ସୁଯୋଗ। କିଟ୍ର ଛାତ୍ରଛାତ୍ରୀମାନେ ସର୍ବାଧିକ ବାର୍ଷିକ ୩୦ଲକ୍ଷ, ୨୪ଲକ୍ଷ ଏବଂ ୧୯ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ସୁଯୋଗ ପାଇପାରିଛନ୍ତି। ହାରାହାରି ବାର୍ଷିକ ପ୍ୟାକେଜ ୬ଲକ୍ଷ ଟଙ୍କା ରହିଛି। ଆସନ୍ତା ଏପ୍ରିଲ୍ ସୁଦ୍ଧା କିଟ୍ର ଆଉ ୭୦୦ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇବେ ବୋଲି ଜଣାପଡିଛି ।

ଯଦିଓ ଅନ୍ଲାଇନ୍ରେ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପ୍ରକ୍ରିୟା ଚାଲୁ ରହିଛି ପୂର୍ବ ଶିକ୍ଷା ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ ପ୍ଲେସମେଣ୍ଟ୍ ରେକର୍ଡ ଭଲ ରହିଛି। ବର୍ତ୍ତମାନ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ ଏବଂ କିଟ୍ ଲ ସ୍କୁଲରେ କ୍ୟାମ୍ପସ୍ ପ୍ଲେସମେଣ୍ଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଦୁଇ ସ୍କୁଲ୍ ମଧ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ରେକର୍ଡ ଶତପ୍ରତିଶତ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।

କିଟର କ୍ୟାମ୍ପସ୍ ପ୍ଲେସ୍ମେଣ୍ଟର ଏହି ସଫଳତା ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତଥା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.