Latest Odisha News

BREAKING NEWS

ଆସନ୍ତୁ ଜାଣିବା କିଏ ହେଉଛନ୍ତି କୁଇନ ଅଫ ବଡିବିଲ୍ଡର୍ସ

ନ୍ୟୁୟର୍କ: ଆମେରିକାର କୁଇନ ଅଫ ବଡି ବିଲ୍ଡର୍ସସ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହି ୨୩ ବର୍ଷୀୟା ଯୁବତୀଙ୍କ ନାମ ହେଲା ଜେସିକା ଗୁଇନାନ୍ । ସେ ଉଟାହ ଅଂଚଳର ବାସିନ୍ଦା । ବିବାହ କରିବା ପରେ ସେ ତାଙ୍କ ଶରୀର ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ସୁନ୍ଦରୀ ହେବା ସହ ତାଙ୍କ ବଡି ବିଲ୍ଡିଂ ଚେହେରା ଯୁବ ପିଢ଼ୀଙ୍କ ନିକଟରେ ବେଶ ଚର୍ଚ୍ଚତ କରାଇଛି ।

ନିକଟରେ ସେ ଟିକଟକରେ ତାଙ୍କର ଭିଡଓ ଶେୟାର କରିଥିଲେ । ଯାହା କି ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ହୋଇଛି । ଭିଡିଓରେ ସେ ଜିମ୍‌ରେ ବ୍ୟାୟାମ କରୁଥିବା ଦେଖାଇଛନ୍ତି । ଏବେ ସେ ସମସ୍ତ ସୋସିଆଲ ସାଇଟରେ ବେଶ୍ ଆକ୍ଟିଭ ଅଛନ୍ତି ।

Leave A Reply

Your email address will not be published.