ରାଉରକେଲା: ରାଉରକେଲାର ସେକ୍ଟର ୫ ଅଞ୍ଚଳରେ ଥିବା ଏକ ସୁନା ଦୋକାନୀ ମାଲିକଙ୍କୁ କେହି ଦୁବୃର୍ତ୍ତ ମଙ୍ଗଳବାର ଦିନ ଛୁଡା ମାଡ କରିଥିବା ଅଭିଯୋଗ ହୋଇଛି ।
ଆହତ ବିନାୟକ ପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଶ୍ରୀ ପ୍ରସାଦ ଗତକାଲି ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ସ୍ଥାନୀୟ ମହତାବ ରୋଡ ନିକଟରେ କିଛି ଦୁବୃର୍ତ୍ତ ତାଙ୍କୁ ଛୁରାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଘଟଣାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।
ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି ।
Comments are closed.