Latest Odisha News

BREAKING NEWS

ସୋରରୁ ସୁନା ବ୍ୟବସାୟୀ ନିଖୋଜ, ଥାନାରେ ଏତଲା

ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଜଣେ ଗହଣା ଦୋକନ ମାଲିକ ନିଖୋଜ ହୋଇ ଯାଇଛନ୍ତି । ଅଭିଯୋଗ ଅନୁସାରେ ବ୍ୟବସାୟୀ ଜଣଙ୍କୁ ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରେ କେହି ଅପହରଣ କରି ନେଇଛନ୍ତି । ସୂଚନା ଅନୁସାରେ, ଆତପୁରର ଗହଣା ଦୋକାନୀ ପ୍ରହଲ୍ଲାଦ ବେହେରାଙ୍କୁ ସୁନା କିଣିବା ଲାଗି ଏକ କଲ୍ ଆସିଥିଲା ।

ଦାଣ୍ଡହରିପୁରର ସୁମନ୍ତ ମଲ୍ଲିକଙ୍କ ଠାରୁ କଲ୍ ପାଇ ପ୍ରହଲ୍ଲାଦ ପ୍ରାୟ ୫୦ ଗ୍ରାମ ସୁନା ଅଳଙ୍କାର ଧରି ବାଇକ୍ ଯୋଗେ ବାହାରି ପଡ଼ିଥିଲେ । ତେବେ, ବିଳମ୍ବିତ ରାତି ଯାଏ ପ୍ରହଲ୍ଲାଦ ଘରକୁ ଫେରିନଥିଲେ । ଘର ଲୋକ ଖୋଜୋଖୋଜି ପରେ ପ୍ରହଲ୍ଲାଦଙ୍କୁ ପାଇନଥିଲେ ।

ଏପରିକି ପ୍ରହଲ୍ଲାଦଙ୍କ ଫୋନ ସ୍ୱିଚ୍ ଅଫ ଥିବାରୁ ସନ୍ଦେହ ବଢ଼ିଥିଲା । ଏନେଇ ପରିବାର ଲୋକ ସୋର ପୋଲିସରେ ଅପହରଣ ସନ୍ଦେହରେ ଏକ ଏତଲା ଦେଇଥିବା ବେଳେ ପୋଲିସ ପ୍ରହଲ୍ଲାଦଙ୍କୁ ଖୋଜୁଛି ।

Leave A Reply

Your email address will not be published.