Latest Odisha News

ପବଜୀ ଗେମର ନିଶା: ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ବସି ରହିଥିଲା ଯୁବକ

ଝାଂସୀ: ପବଜୀ ଗେମର ନିଶା ଏବେ ଯୁବ ପିଢ଼ୀ ପାଇଁ ମାରାତ୍ମକ ହେବା ସାଜିଛି । ଝାଂସୀରେ ଅଙ୍କିତ ନାମକ ଜଣେ ୨୬ ବର୍ଷର ଯୁବକ ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ଘରେ ବସି ରହିଥିଲା । ପୋଲିସ ଯେତେବେଳେ ପଂହଚିଲେ ସେ ହସି କରି କହିଥିଲା, ହଁ ମୁଁ ମାରିଛି । ଅଙ୍କିତଙ୍କ ବାପା ସରକାରୀ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ୩ ଭଉଣୀଙ୍କ ମଧ୍ୟରେ ସେ ଏକୁଟିଆ ଭାଇ ଥିଲେ । ତାଙ୍କ ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ ନ ଥିଲା । ପବଜୀ ଗେମର ନିଶା ଏତେ ଥିଲା ଯେ, ସେ ଖାଇବା ପିଇବା ଭୁଲି ଯାଉଥିଲେ । ବାପା, ମାଆ ମନା କରିବାରୁ ସେ ତାଙ୍କ ଉପରେ ରାଗୁଥିଲା । ଘଟଣା ଦିନ ଭଉଣୀ ନୀଲମ ବାପାଙ୍କୁ ଫୋନ କରିଥିଲା । ତାଙ୍କ ଫୋନ ନ ଲାଗିବାରୁ ସେ ପଡୋଶୀ ଘରର କାଶୀରାମଙ୍କୁ ଫୋନ କରି ଘରେ ଯାଇ ଦେଖିବାକୁ କହିଥିଲେ ।

BjdElectrycity

କାଶୀରାମ ଘରକୁ ଆସି ଦେଖିଲା ବେଳକୁ ନୀଲମଙ୍କ ବାପା ରକ୍ତ ଜୁଡୁବୁଡୁ ହୋଇ ମରି ପଡିଛନ୍ତି । ଆଉ ପାଖରେ ମାଆ ଛଟପଟ ହେଉଛନ୍ତି । ପୋଲିସ ଏବଂ ଆମ୍ବୁଲାନ୍ସକୁ ଫୋନ କରାଯିବା ପରେ ତାଙ୍କ ମାଆଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଙ୍କିତ ଏ ଭଳି କାଣ୍ଡ ରଚିବା ପରେ ସଫା ସୁତରା ହୋଇ ବସି ରହିଥିଲା । କରୋନା ମହାମାରୀ ସମୟରେ ଅଙ୍କିତ ଚାକିରୀ ହରାଇଥିଲେ, ସେବେଠାରୁ ସେ ଅଧିକ ମାନସିକ ଚାପରେ ରହୁଥିଲେ । ଘଟଣାଟି ସମ୍ପୂର୍ଣ୍ଣ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.