Latest Odisha News

BREAKING NEWS

ଝରାଫୁଲ ଡେଥ ମିଷ୍ଟ୍ରି; ୮ ଦିନ ପରେବି ରହସ୍ୟ ଉପରୁ ଉଠୁନି ପରଦା

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୮ ଦିନ ବିତି ଯାଇଥିଲେ ବି ଏବେବି ଅନେକ କଥା ରହସ୍ୟ ଘେରରେ ରହିଛି। ଏବେବି ଅନେକ କଥା ଉପରୁ ଉଠିନି ପରଦା।

ଗତକାଲି ଅଭିଯୁକ୍ତ ରାକେଶ ସ୍ବାଇଁ ର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପୁଣି ଜେଲ ଯିବ ରାକେଶ। ତେବେ ଗତକାଲି ରାତିରେ ଅଭିଯୁକ୍ତ ରାକେଶ ର ମୋବାଇଲ ଫୋନ ଜବତ କରିଛି କୁଆଖିଆ ପୋଲିସ। ଏଥିରୁ ପୋଲିସକୁ ଅନେକ କିଛି ତଥ୍ୟ ମିଳିପାରେ।

ଅନ୍ୟପଟେ ଗତକାଲି ସ୍କୁଟି ଜବତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ରାକେଶ ର ସହଯୋଗୀ ଶେଖର କୁ ଧରିପାରିନି ପୋଲିସ। ଶେଖର କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ। ତେବେ କିଛି ସମୟ ପୂର୍ବରୁ ଅଭିଯୁକ୍ତ ରାକେଶ କୁ କୁଆଖିଆ ଥାନାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ସେଠାରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ କୋର୍ଟରେ ହାଜର କରାଯିବ।

ପରେ ତାକୁ ଯାଜପୁର ସବ୍ ଜେଲକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି। ହେଲେ ଏ ପର୍ଯ୍ୟନ୍ତ ଝରାଫୁଲ ମୃତ୍ୟୁ ଘଟଣାର ରହସ୍ୟ ଜଣାପଡିନଥିବାରୁ ପୁଣି ରାକେଶ କୁ ରିମାଣ୍ଡ ରେ ନେବାକୁ ଆବେଦନ କରିପାରେ କୁଆଖିଆ ପୋଲିସ।

Leave A Reply

Your email address will not be published.