Latest Odisha News

BREAKING NEWS

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତର LAV ଟେଷ୍ଟର ଆଜି ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚିଲଡ୍ରେନ୍ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାର ଲେୟାର ଭଏସ୍ ଆନାଲିସ୍ ବା LVA ଟେଷ୍ଟ ପାଇଁ ଏସଆଇଟି କରିଥିବା ଆବେଦନର ଆଜି ଶୁଣାଣି ରହିଛି । ସେହିପରି ରିମାଣ୍ଡ ସମୟରେ ନାବାଳକକୁ ଦିଆଯାଇଥିବା ନିର୍ଯାତନାର ନେଇ ଅଭିଯୁକ୍ତର ଓକିଲ କରିଥିବା ଆବେଦନ ଉପରେ ବି ଶୁଣାଣି ହେବ ।

ଏଥିପାଇଁ ଆଜି ଅଭିଯୁକ୍ତକୁ ଅନୁଗୋଳ ବାଳସୁଧାର ଗୃହରୁ ଅଣାଯିବ ନୟାଗଡ । ପୂର୍ବରୁ ନାର୍କୋ ଆନାଲିସିସ ଟେଷ୍ଟ ଓ ବ୍ରେନ୍‌ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଥିଲା । କିନ୍ତୁ ସେସବୁ ଟେଷ୍ଟ ପାଇଁ ମନା କରିଥିଲା ଅଭିଯୁକ୍ତ । ଏଭଳି ସ୍ଥିତିରେ LVA ଟେଷ୍ଟ କରିବ କି ନାହିଁ, କୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ ନଜର ରହିଛି ।

Leave A Reply

Your email address will not be published.