Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] ଦିନ ଦ୍ବୀପହରରେ ରାସ୍ତାରେ ବୁଲୁଛି ଭାଲୁ

ନବରଙ୍ଗପୁର: ଦିନ ଦ୍ବୀପହରରେ ରାସ୍ତା ରେ ବୁଲୁଛି ଭାଲୁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା ଠାରୁ ଉଦୟପୁର ରାସ୍ତା ମଧ୍ୟରେ ।

ସେହି ରାସ୍ତା ଦେଇ କାର ରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତା ଉପର ଦେଇ ଭାଲୁ ଯାଉଥିବା ଦେଖି ନିଜ ମୋବାଇଲ ରେ ଭିଡିଓ ଉତ୍ତୋଳନ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଭାଲୁ ରାତିରେ ଗାଁ ମୁହାଁ ହେଉଥିବାର ନଜର ଆସନ୍ତି କିନ୍ତୁ ଦିନ ବେଳେ ରାସ୍ତାରେ ବୁଲିବା କମ ନଜର ଆସନ୍ତି ।


କିନ୍ତୁ ଭାଲୁଟି ଭୋକିଲା ଥିବାରୁ ଖାଦ୍ୟ ପାଇଁ ରାସ୍ତାରେ ଭାଲୁ ବୁଲୁଥିବା ଚର୍ଚ୍ଚା ହେଉଛି । ଏହା ଇନ୍ଦ୍ରାବତୀ ଓ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ କୁ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ଭାଲୁ ର ଏହି ଭିଡିଓ ଓ ଖବର ପ୍ରଚାର ହେବାପରେ ରାସ୍ତା ଉପରେ ଦୈନନ୍ଦିନ ନିର୍ଭର କରୁଥିବା ଲୋକଙ୍କ ମନରେ ଭୟ ସଷ୍ଟି ହୋଇଛି ।

Leave A Reply

Your email address will not be published.