Latest Odisha News

ଶ୍ରୀଧର ପାତ୍ରଙ୍କୁ ମିଳିଲା ନାଲକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର୍ ନୂତନ ସିଏମଡି ଭାବେ ଶୁକ୍ରବାର ଦିନ ଶ୍ରୀଧର ପାତ୍ରଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ଶ୍ରୀ ପାତ୍ର ନାଲକୋର ନିର୍ଦ୍ଦେଶକ(ଅର୍ଥ) ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଶ୍ରୀ ପାତ୍ର ଡିସେମ୍ବର ୧ ତାରିଖରେ ତପନ ଚାନ୍ଦଙ୍କ ଠାରୁ ପଦଭାର ଗ୍ରହଣ କରିବେ । ଯିଏକି ନାଲକୋର ସିଏମଡିର ପଦରୁ ନଭେମ୍ବର ୩୦ ତାରିଖରେ ଅବସର ନେବାକୁ ଯାଉଛନ୍ତି ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ପାତ୍ର ଡିସେମ୍ବର ୧ ତାରିଖ ଠାରୁ ୩ ମାସ ଯାଏଁ ଏହି ପଦବୀରେ ରହିବେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିଥିବା ଶ୍ରୀ ପାତ୍ର ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆର ସଦସ୍ୟ । ଆହୁରି ମଧ୍ୟ ସେ ବିଦ୍ୟା ସାଗର ବିଶ୍ୱବିଦ୍ୟାଳୟରୁ ଏମବିଏ (ଏଚଆରଡି) କରିଛନ୍ତି ।

Leave A Reply

Your email address will not be published.