Latest Odisha News

BREAKING NEWS

ଘରୁ ଗଦା ଗଦା ନୋଟ୍ ବାହାରିବା ମାମଲା, ମନ୍ତ୍ରୀଙ୍କ ଓଏସଡି ଓ ଘରୋଇ ସହାୟକ ଗିରଫ

ରାଞ୍ଚି: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବଙ୍କ ସହଯୋଗୀଙ୍କ ଘରେ ବଡ ଧରଣର ରେଡ୍ କରିଛି ଇଡି। ଚଢ଼ାଉ ପରେ ଓଏସଡି ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କୁ ଗିରଫ କରାଯାଇଛି। ସୋମବାର ସକାଳୁ ରାତି ପର୍ୟ୍ୟନ୍ତ ଚାଲିଥିବା ସର୍ଚ୍ଚ ଅପରେସନ୍ ସମୟରେ ଇଡି ଜାହାଙ୍ଗୀର ଆଲାମଙ୍କ ଘରୁ ନଗଦ ୩୫.୨୩ କୋଟି ଟଙ୍କା ଜବତ କରିଥିଲା। ଚଢ଼ାଉ ସମୟରେ ନୋଟ୍ ଗଣତି ପାଇଁ ପାଖାପାଖି ୫ଟି ମେସିନ୍ ଡକାଯାଇଥିବା ବେଳେ ସେଥିରୁ ଗୋଟିଏ ମଧ୍ୟ ନଷ୍ଟ ହୋଇଯାଇଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ କାର୍ଯ୍ୟ ଜାରି ରହିଛି। ଏହି ପ୍ରରିପେକ୍ଷିରେ ଇଡି ୬ ରୁ ଅଧିକ ସ୍ଥାନରେ ରେଡ୍ କରିଛି । ଯେଉଁଥିରେ ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବଙ୍କ ସହଯୋଗୀଙ୍କ ଘରେ ବଡ ଧରଣର ରେଡ୍ କରିଛି ଇଡି । ଆଲମ ଗିରଙ୍କ ବ୍ୟକ୍ତିଗତ ସଚିବଙ୍କ କର୍ମଚାରୀଙ୍କ ଦରମା ମାତ୍ର ୧୫ ହଜାର ଟଙ୍କା। ୧୫ ହଜାର ଟଙ୍କାରେ କାମ କରୁଥିବା ଜଣେ ବ୍ୟକ୍ତି ଏତେ ନୋଟ୍ କେଉଁଠୁ ଆଣିଲେ, ସେ ନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।

ବ୍ୟାଙ୍କ ଅଧିକାରୀମାନେ ସୋମବାର ସକାଳ ୯ଟାରୁ ଟଙ୍କା ଗଣିବା ଆରମ୍ଭ କରିଥିଲେ ଏବଂ ଏହା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ​। ପ୍ରାୟ ୧୩ ଘଣ୍ଟା ପାଇଁ ନୋଟ୍ ଗଣନା କରାଯାଇଥିଲା। ଏଥି ସହିତ, ଇଡି ଅଧିକାରୀମାନେ ସୋମବାର ସକାଳ ପ୍ରାୟ ୬ଟାରେ ଏହି ଚଢଉ କରିଥିଲେ ଏବଂ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଏହି ଚଢଉ ଜାରି ରହିଥିଲା। ଏହି ଚଢଉ ୨୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରଙ୍ଗପୁରରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଝାଡ଼ଖଣ୍ଡ ନଗଦ ଦୁର୍ନୀତି ମାମଲାକୁ ନେଇ ଭାରତୀୟ ମେଣ୍ଟକୁ ଟାର୍ଗେଟ କରିଥିଲେ।

 

Leave A Reply

Your email address will not be published.