Latest Odisha News

ଧାନବାଦ ଅତିରିକ୍ତ ଦୌରାଜଜ ମୃତ୍ୟୁ ମାମଲା, ସିବିଆଇ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସୁପାରିସ

ରାଞ୍ଚି : ଧାନବାଦ ଅତିରିକ୍ତ ଦୌରାଜଜ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ତଦନ୍ତ ଲାଗି ସୁପାରିସ କରିଛନ୍ତି । ଏହି ଘଟଣା ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ବିଚାରପତି ଉତ୍ତମ ଆନନ୍ଦ ଗତ ଜୁଲାଇ ୨୮ ତାରିଖ ସକାଳେ ମର୍ଣ୍ଣିଂ ଓ୍ବାକ କରୁଥିବା ବେଳେ ତାଙ୍କୁ ଏକ ଅଜଣା ଅଟୋ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ପୂର୍ବରୁ ଘଟଣାର ତଦନ୍ତ କରିବା ଲାଗି ହାଇକୋର୍ଟ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛନ୍ତି । ପୋଲିସର ବୟାନ ଅନୁସାରେ ସିସିଟିଭି ଫୁଟେଜ ଅନୁସାରେ ଏହା ଏକ ହତ୍ୟା ଘଟଣା ବୋଲି ଦର୍ଶାଯାଇଛି । ଲଖନ ବର୍ମା ଓ ରାହୁଲ ବର୍ମା ନାମକ ଦୁଇ ଜଣଙ୍କୁ ପୋଲିସ ଗିରଫ କରିସାରିଛି । ଏକ ହତ୍ୟା ମାମଲାରେ ଜଷ୍ଟିସ ଆନନ୍ଦ ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ରଦ୍ଦ କରି ଚର୍ଚ୍ଚାରେ ଥିଲେ ।

Leave A Reply

Your email address will not be published.