Latest Odisha News

BREAKING NEWS

ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆସନ୍ତା ମଙ୍ଗଳବାର ଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କଟକଣା ମଧ୍ୟରେ ନନ୍ଦନକାନନ ଖୋଲିବା ନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବିଭାଗୀୟ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । କରୋନା ମହାମାରୀ ପାଇଁ ଦୀର୍ଘ ଦିନ ଧରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିଥିଲା ।

ନନ୍ଦନକାନନ ଖୋଲିବା ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପର୍ଯ୍ୟଟକଙ୍କ ପାଇଁ ଫେସ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତା ସହ ମୁଖ୍ୟ ପ୍ରବେଶ ଫାଟକରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । କାଶ, ଥଣ୍ଡା, ଜ୍ବର ଥିଲେ ନନ୍ଦନକାନନ ଭିତରକୁ ପ୍ରବେଶକୁ ନିଷେଦ୍ଧ କରାଯାଇଛି । ସେହିପରି ପଶୁପକ୍ଷୀଙ୍କ ଖୁଆଡର ସୁରକ୍ଷା ବାଡକୁ ସ୍ପର୍ଶ କରିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.