Latest Odisha News

BREAKING NEWS

ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ୪୨ଟି ଆସନ ସହ ଆଗରେ ଜେଏମଏମ-କଂଗ୍ରେସ ମେଣ୍ଟ, ବିଜେପି ୨୮

ଋାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ଦିନ ୧୧ଟା ସୁଦ୍ଧା ହୋଇଥିବା ଭୋଟଗଣତି ଅନୁଯାୟୀ ଜେଏମଏମ-କଂଗ୍ରେସ ମେଣ୍ଟ ୪୨ଟି ଆସନରେ ଆଗୁଆ ରହିଥିବା ବେଳେ ଶାସକ ବିଜେପି ୨୮ଟି ଆସନ ସହିତ ପଛରେ ରହିଛି । ସେହିପରି ଜେଭିଏମ ୩ଟି ଆସନରେ ଏବଂ ଅନ୍ୟାନ୍ୟ ଦଳ ଓ ନିର୍ଦ୍ଦଳୀୟ ୮ଟି ଆସନରେ ଆଗୁଆ ରହିଛନ୍ତି ।

ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଏବଂ କଂଗ୍ରେସ ମେଣ୍ଟ ସରକାର ଗଢିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ୮୧ଟି ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୪୧ଟି ଆସନ ଆବଶ୍ୟକ ସରକାର ଗଠନ ନିମନ୍ତେ । ତେଣୁ ଜେଏମଏମ-କଂଗ୍ରେସ ମେଣ୍ଟକୁ ଏହି ମ୍ୟାଜିକ୍ ଫିଗର୍ ସହଜରେ ମିଳିଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଜେଏମଏମର ବରିଷ୍ଠ ନେତା ହେମନ୍ତ ସୋରେନ୍ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । କାରଣ ଜେଏମଏମ-କଂଗ୍ରେସ ମେଣ୍ଟ ପକ୍ଷରୁ ହେମନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।

ଏହି ନିର୍ବାଚନରେ ବିରୋଧୀ ମେଣ୍ଟକୁ ୪୪ଟି ଆସନ ମିଳିବାର ସମ୍ଭାବନା ରହିଛି । ଦିନ ୧୧ଟା ସୁଦ୍ଧା ଭୋଟ ଗଣତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସ ଜାମସେଦପୁର ପୂର୍ବ ଆସନରେ ପଛୁଆ ରହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଭିଏମ (ପି) ନେତା ବାବୁଲାଲ୍ ମାରାଣ୍ଡି ଧନୱାର ଆସନରେ ସିପିଆଇ (ଏମଏଲ)ପ୍ରାର୍ଥୀ ରାଜକୁମାର ଯାଦବଙ୍କଠାରୁ ପ୍ରାୟ ୨,୮୪୧ ଭୋଟରେ ଆଗୁଆ ରହିଛନ୍ତି ।

Leave A Reply

Your email address will not be published.