Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ମାଧପୁର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ମୃତ ସାମ୍ବାଦିକ ଜଣକ ବିଶ୍ୱଜିତ ପୃଷ୍ଟି ହୋଇଥିବା ବେଳେ ସେ କନକ ନ୍ୟୁଜରେ ଜଣେ ରିପୋର୍ଟର ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଡିସେମ୍ବର ୧୨ ତାରିଖରେ ବୌଦ୍ଧ ଜିଲ୍ଲାର ଜଣେ ସାମ୍ବାଦିକ ଓ ସେ ମିଶି ବୌଦ୍ଧରୁ ଆଠମଲ୍ଲିକ ଫେରୁଥିବା ବେଳେ ମାଧପୁର ହାଇସ୍କୁଲ ନିକଟରେ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ଡିସେମ୍ବର ୧୪ ତାରିଖରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ତାଙ୍କର ମୃତ୍ୟୁଶର୍ଯ୍ୟା ନିକଟରେ ଧର୍ମପତ୍ନୀ ଓ ୨ ଝିଅ ରହିଥିଲେ ।

Leave A Reply

Your email address will not be published.